ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବଡ଼ ଫେଷ୍ଟିଭାଲ କାନ୍ସ ଫେଷ୍ଟିଭାଲ । ୧୬ରୁ ଆାରମ୍ଭ ହୋଇଯାଇଛି ଏହି ଫେଷ୍ଟିଭାଲ । ଏହି ଫେଷ୍ଟିଭାଲ ସମସ୍ତ ତାରକା ଯୋଗଦେବେ । ଗତ କାନ୍ସ ଫେଷ୍ଟିଭାଲରେ ଐଶ୍ୱରୀୟା ରାୟ ଏବଂ ଦୀପିକା ପାଦୁକାନ ନଜର ଆସିଥିଲେ । ପୂର୍ବରୁ ଏମାନେ କାନ୍ସରେ ଯୋଗଦେଇ ବଲିଉଡକୁ ଗୌରବାନ୍ୱିତ କରିଥିବା ବେଳେ ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଅନୁଷ୍କା ଓ ମାନୁଷୀ ।
ଐଶ୍ୱରୀୟା ରାୟ ବଚ୍ଚନ ପ୍ରତ୍ୟେକ ବର୍ଷ କାନ୍ସ ଫେଷ୍ଟିଭାଲରେ ନିଜର ଯାଦୁ ଦେଖାଇଥିବା ବେଳେ ଏଥର ଅନୁଷ୍କା ଏବଂ ମାନଷୀ ତାଙ୍କ ଯାଦୁ ଦେଖାଇବେ । ତେବେ ଏହି ଫିଲ୍ମ ଫେଷ୍ଟିଭାଲରେ ସ୍କ୍ରିନିଂ ପାଇଁ ମହିଳା ଏବଂ ପୁରୁଷଙ୍କ ପାଇଁ ଏକ ଡ୍ରେସ କୋଡ ସ୍ଥିର କରାଯାଇଛି । ଯାହାକୁ ସମସ୍ତେ କଡାକଡି ଭାବରେ ପାଳନ କରିବେ । ମହିଳାମାନେ କକଟେଲ ପୋଷାକ ପିନ୍ଧିପାରିବେ। ବ୍ଲାକ ଟପ, ବ୍ଲାକ ଟ୍ରାଉଜର ଏବଂ ଡାର୍କ ଟ୍ରାଉଜର କିମ୍ବା ଅନ୍ୟ ଫର୍ମାଲ ଡ୍ରେସର ଏକ ଅପସନ୍ ମଧ୍ୟ ଅଛି । ଏହା ବ୍ୟତୀତ ପୋଷାକ ସହିତ ଏଲିଗେଣ୍ଟ ସୁଜ ପିନ୍ଧିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ଏଥର ଫ୍ରାନ୍ସର ଉପକୂଳବର୍ତ୍ତୀ ଫ୍ରେଞ୍ଚ ରିଭେରାଠାରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଛି । ସେଲିବ୍ରିଟିଙ୍କ ବ୍ୟତୀତ ସାମ୍ବାଦିକ ଏବଂ ଚଳଚ୍ଚିତ୍ର ସମାଲୋଚକମାନେ ମଧ୍ୟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇପାରିବେ । ଏଥିପାଇଁ ସେମାନଙ୍କୁ ୫ ଲକ୍ଷରୁ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକେଟ କିଣିବାକୁ ପଡିବ । ଏହି ବିଶେଷ ଅବସରରେ, ବିଶ୍ୱର ବିଭିନ୍ନ ସେଲିବ୍ରିଟି ରେଡ କାର୍ପେଟର ପ୍ରଥମ ଦିନ ନିଜର ଜଲଓ୍ବା ଦେଖାଇଲେଣି।
Comments are closed.