ଭୁବନେଶ୍ୱର: ସୁଭଦ୍ରା’ ଫର୍ମକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଜନସେବା କେନ୍ଦ୍ର କାର୍ଯ୍ୟକାରୀ ମୁଖ୍ୟ l ଘରେ ରହି ଅନଲାଇନରେ କରିପାରିବେନି ‘ସୁଭଦ୍ରା’ ଆବେଦନ’ l କେବଳ ଜନ ସେବା, ମୋ ସେବା କେନ୍ଦ୍ରରେ ହୋଇପାରିବ ଆବେଦନ l ସନ୍ଧ୍ୟାରୁ ଖୋଲିବ ପୋର୍ଟାଲ, କେନ୍ଦ୍ରରେ ଏବେଠୁ ଭିଡ଼ ଲଗାନ୍ତୁନି ବୋଲି କହିଛନ୍ତି ଜନସେବା କେନ୍ଦ୍ର କାର୍ଯ୍ୟକାରୀ ମୁଖ୍ୟ l
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆବେଦନ ପାଇଁ ଏପର୍ଯ୍ୟନ୍ତ କୌଣସି ଶେଷ ତାରିଖ ଘୋଷଣା ହୋଇନାହିଁ l ଶେଷ ଆବେଦନକାରୀ ଥିବା ଯାଏଁ ଜାରି ରହିବ ଫର୍ମ ଗ୍ରହଣ l ଜନସେବା କେନ୍ଦ୍ର ସହ ଅଙ୍ଗନବାଡି କର୍ମୀଙ୍କ ପାଖରେ ମଧ୍ୟ ଫର୍ମ ଉପଲବ୍ଧ ଅଛି l ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର କ୍ୟାମ୍ପରେ ଫର୍ମ ଗ୍ରହଣ ବ୍ୟବସ୍ଥା କରାଯାଇଛି l ତେବେ ମୋବାଇଲ, ଆଙ୍ଗୁଠି ଛାପ, ମୁହଁ କିମ୍ବା ଆଖି ଡୋଳା ଦ୍ବାରା ଅଥେଣ୍ଟିକେସନ କରାଯିବ l ସେହିପରି ଆଧାର ଅପଡେଟ୍ କରାଇବାକୁ ଜନସେବା କେନ୍ଦ୍ରରେ ଭିଡ଼ ଜମାନ୍ତୁନି ବୋଲି କହିଛନ୍ତି ଜନସେବା କେନ୍ଦ୍ର କାର୍ଯ୍ୟକାରୀ ମୁଖ୍ୟ l
ସେପଟେ ଆଜିଠୁ ଆବେଦନକାରୀଙ୍କ ଠାରୁ ଫର୍ମ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିଲାଗି ଆବେଦନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଭାବେ କରାଯିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି l ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ନିରୂପଣ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନ ଓ କାର୍ଯ୍ୟାଳୟରେ ଫର୍ମ ସଂଗ୍ରହ କରାଯିବ। ଏଥିପାଇଁ ଜନ ଗହଳିକୁ ଦୃଷ୍ଟିରେ ରଖି ମୋ ସେବା କେନ୍ଦ୍ରରେ ଫର୍ମ ସଂଗ୍ରହର ବ୍ୟବସ୍ଥା ରହିଛି l
Comments are closed.