Latest Odisha News

BREAKING NEWS

ଅମିତ ଶାହଙ୍କୁ ଭେଟିଲେ କ୍ୟାପଟେନ ଅମରିନ୍ଦର, ବିଜେପିରେ ସାମିଲ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା

ନୂଆଦିଲ୍ଲୀ:କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ। ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଆଜି ସେ ଅମିତ ଶାହଙ୍କୁ ଭେଟିବା ପରେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ଦୀର୍ଘ ସମୟ ଧରି ଅମିତଙ୍କ ବାସଭବନରେ ଉଭୟଙ୍କ ମଧ୍ୟର କୌଣସି ବିଷୟକୁ ନେଇ ଆଲୋଚନା ହୋଇଛି। କେନ୍ଦ୍ର କ୍ୟାବିନେଟରେ ସେ ସାମିଲ ହୋଇପାରନ୍ତି ଏନେଇ ଚର୍ଚ୍ଚା ଜୋର ଧରିିଛି।

ହେଲେ ବିଜେପିରେ ସାମିଲ ହେବା ନେଇ ଏପର୍ଯ୍ୟନ୍ତ କ୍ୟାପଟେନ ଅମରିନ୍ଦର କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି । ଅଳ୍ପ ଦିନ ତଳେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ତାଙ୍କ ପାଇଁ ସବୁଦଳରେ ରାସ୍ତା ଖୋଲା ରହିଥିବା ସେ ଗଣମାଧ୍ୟମକୁ ପ୍ରକାଶ କରିଥିଲେ।

Comments are closed.