Latest Odisha News

BREAKING NEWS

ନୂଆ ଦଳ ଗଢ଼ିବେ କ୍ୟାପଟେନ୍ ଅମରିନ୍ଦର ସିଂ

ପଞ୍ଜାବ : ନୂଆ ଦଳ ଘୋଷଣା କରିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ । ହେଲେ ପରେ ଦଳର ନାମ ଘୋଷଣା କରାଯିବ । ଏନେଇ ସୂଚନା ଦେଇଛନ୍ତି ଅମରିନ୍ଦର ସିଂହ । ସେହିପରି ନୂଆ ଦଳର ସ୍କ୍ବାଡ ବି ଗଠନ କରିସାରିଛନ୍ତି କ୍ୟାପଟେନ । ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ତାଙ୍କ ନୂଆ ଦଳ ଗଠନ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଛି । ନୂଆ ଦଳ ଗଠନ ସମ୍ପର୍କରେ ଘୋଷଣା ନେଇ ଅମରିନ୍ଦରଙ୍କ ଗଣମାଧ୍ୟମ ପରାମର୍ଶଦାତା ରବିନ ଥୁକ୍ରାଲ ସୂଚନା ଦେଇଛନ୍ତି ।

ନବଜୋତ ସିଂ ସିଦ୍ଧୁଙ୍କ ସହ ମତପାର୍ଥକ୍ୟ ଓ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର । ସେ କହିଛନ୍ତି, ତାଙ୍କ ସମୟରେ ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ସେଥିରୁ ଅଧିକାଂଶ ପୂରଣ ହୋଇଛି । ସୀମା ସମସ୍ୟାର ମଧ୍ୟ ସମାଧାନ କରାଯାଇଛି । ପଞ୍ଜାବ ବିଧାନସଭାର ସମସ୍ତ ଆସନରେ ତାଙ୍କ ଦଳ ଲଢ଼ିବ ବୋଲି କହିଛନ୍ତି କ୍ୟାପଟେନ । ନୂଆ ଦଳ ଗଠନ ନେଇ ଗତ ୨୦ ତାରିଖରେ ଘୋଷଣା କରିଥିଲେ ଅମରିନ୍ଦର । ଚାଷୀ ସମସ୍ୟାର ସମାଧାନ ଲାଗି ସେ ଉଦ୍ୟମ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.