Latest Odisha News

BREAKING NEWS

STF ହାତରେ ଧରାପଡ଼ିଲା ଅଭିଯୁକ୍ତ , ହାତୀ ଦାନ୍ତ ଜବତ

ଅନୁଗୁଳ :  ହାତୀଦାନ୍ତ ବିକ୍ରି ବେଳେ ଏସଟିଏଫ୍ ହାତରେ ଧରାପିଡିଲା ଜଣେ ଅଭିଯୁକ୍ତ। ହାତୀ ଦାନ୍ତ ବିକ୍ରି କରିବା ପାଇଁ ଡିଲ କରୁଥିବା ସମୟରେ ଏସଟିଏଫ୍ ଚଢଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।।ହାତୀ ଦାନ୍ତ ଶିକାର ପାଇଁ ବ୍ୟବହୃତ ହେଉଥିବା ଜିନିଷ ସବୁ ଜବତ କରିଛି ଟିମ୍।ଅଭିଯୁକ୍ତ ଜଣକ ଠାକୁରଘର ଥାନା ହାଟସିଉନାଳି ଗାଁ ର ସୁନ୍ଦର ନାୟକ ବୋଲି ଜଣାପଡ଼ିଛି।

ଅନୁଗୁଳ ଜିଲ୍ଲା ଅନ୍ତୁଲିଆରେ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ହେଉଥିବା ଏସଟିଏଫ୍ ଖବର ପାଇଥିଲା।ପରେ ଅନୁଗୁଳ ବନ ବିଭାଗ ସହେଯୋଗରେ ଏସଟିଏଫ୍ ଘଟଣା ସ୍ଥଳରେ ପହଁଚି ରେଡ୍ କରିଥିଲା।ଅନ୍ୟପଟେ ସୁନ୍ଦର ଠାରୁ ଏସଟିଏଫ୍ ୧୮ ଟି କଲରାପତରିଆ ବାଘ ନଖ ,୧୦ ଟି ହାତୀ ଦାନ୍ତ ,୨ ଟି ହରିଣ ଛାଲ ,୫ ଟି ଜୀବନ୍ତ ବଜ୍ରକାପ୍ତା ,୧୫ କେଜି କାତି ଜବତ କରିଛି ଏସଟିଏଫ୍।

Leave A Reply

Your email address will not be published.