Latest Odisha News

ବୌଦ୍ଧ ମହାନଦୀ ସେତୁ ଉପରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସିପଡିଲେ ମହିଳା

ବୌଦ୍ଧ : ବୌଦ୍ଧ ଜିଲ୍ଲା କିଆକଟା ମହାନଦୀ ସେତୁ ଉପରେ ଦୁର୍ଘଟଣା । ବାଇକ ଓ କାର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ପତ୍ନୀ ବ୍ରିଜ୍ ତଳକୁ ଖସିପଡିଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି କରୁଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବାଇକ୍ ଆରୋହୀ ଓ ତାଙ୍କ ପତ୍ନୀଙ୍କ ପରିଚୟ ମିଳିଛି । ମୃତକ ବାଇକ୍ ଆରୋହୀ ହେଲେ କିଆକଟା ଥାନା ଛେପ୍ରା ଗ୍ରାମର ଟୁନା ବାରିକ ଓ ନିଖୋଜ ମହିଳା ହେଲେ କମ୍ପରା ଗ୍ରାମର ମାମି ସାହୁ । ବାଇକରେ ପତିପତ୍ନୀ ଯାଉଥିବା ବେଳେ, କିଆକଟା ମହାନଦୀ ଉପରେ କାର ସହ ମୁହାଁମୁହିଁ ଧକ୍କା ହେବାରୁ ଏଭଳି ଅଘଗଟଣ ଘଟିଥିଲା ।

Leave A Reply

Your email address will not be published.