Latest Odisha News

ନିଖୋଜ ୬ ନୌସେନା ଅଧିକାରୀଙ୍କ ମଧ୍ୟରୁ ୪ଜଣଙ୍କ ଶବ ମିଳିଲା

ନୂଆଦିଲ୍ଲୀ: ଉତରାଖଣ୍ଡ ଚମୋଲୀରେ ଶନିବାର ତ୍ରିଶୂଳ ପର୍ବତରୁ ବରଫଗଦା ମଧ୍ୟରୁ ନିଖୋଜ ୬ ନୌସେନା ଅଧିକାରୀଙ୍କ ମଧ୍ୟରୁ ୪ଜଣଙ୍କ ଶବ ମିଳିଛି । ଶୁକ୍ରବାର ନୌସେନାର ଏକ ୨୦ ଜଣିଆ ଟିମ ପର୍ବତାରୋହଣ କରୁଥିବା ବେଳେ ହିମସ୍ଖଳନ ଯୋଗୁ ଅସୁବିଧାରେ ପଡି ଯାଇଥିଲେ । ବହୁ କଷ୍ଟରେ ଅନ୍ୟମାନଙ୍କୁ ବଂଚା ଯାଇଥିବା ବେଳେ ୬ଜଣଙ୍କ ପତା ମିଳି ନ ଥିଲା ।

BjdElectrycity

ପର୍ବତାରୋହଣ ସଂସ୍ଥାର କର୍ଣ୍ଣଲ ଅମିତ ବିଶ୍ଟଙ୍କ ନେତୃତ୍ୱରେ ସେମାନଙ୍କୁ ଖୋଜା ଯାଇଥିଲା । ଲେଫଟନାଂଟ କମାଣ୍ଡର ରଜନୀକାନ୍ତ ଯାଦବ, ଯୋଗେଶ ତିୱାରୀ, ଅନନ୍ତ କୁକରେତୀ ଓ ହରିଓମ ଏମସିପିଓ ୨ଙ୍କ ଶବ ମିଳିଥିବା ସ୍ପଷ୍ଟ କରିଛନ୍ତି । ଅନ୍ୟ ପର୍ବତାରୋହୀ ଓ ଶେରପାଙ୍କ ଏକ ଦଳ ବାକି ୨ଜଣଙ୍କୁ ଖୋଜିବାରେ ଲାଗିଛନ୍ତି ।

Leave A Reply

Your email address will not be published.