Latest Odisha News

କାର-ବାଇକ୍ ମୁହାଁମୁହିଁ, ଜଣେ ମୃତ

ସୋନପୁର: ଶୁକ୍ରବାର ରାତି ୮.୩୦ ମିନିଟ୍ ସମୟରେ ବିନିକା-ରାମପୁର ରାସ୍ତା ରାଜପାଲି ଛକ ନିକଟରେ କାର ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟଇଥିଲା ।

ଘଟଣାରୁ ପ୍ରକାଶ ଯେ, ବିନିକା ପଟରୁ ଏକ ବାଇକ ଯୋଗେ ଜଣେ ଯାଉଥିବା ବେଳେ ଵିଶାଲପାଲି ପଟରୁ ଏକ କାର ଆସୁଥିଲା । ରାଜପଲି ଛକ ନିକଟରେ ଉଭୟଙ୍କ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ଆରୋହୀ ଜଣକ ଛିଟିକି ପଡ଼ିଥିଲେ । କାରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ବିନିକା ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ସେଠାରେ ବାଇକ୍ ଆରୋହୀଙ୍କୁ ମୃତ ଘୋଷଣା କରିଥିଲେ । ବିନିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଖବର ଲେଖା ହେବା ପର୍ୟ୍ୟନ୍ତ ମୃତକଙ୍କ ପରିଚୟ ମିଲିପାରିନାହିଁ ।

Comments are closed, but trackbacks and pingbacks are open.