Latest Odisha News

ବୋଲେରୋ-ଟ୍ରକ୍ ମୁହାଁମୁହିଁ ଧକ୍କା, ବାପା ଓ ଝିଅ ସମେତ ୫ ମୃତ

ସୋନପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୋଲେରୋକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଯାଇଛି । ଗତକାଲି ରାତିରେ ସୋନପୁର ନିକଟ ମହାନଦୀ ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ଆଉ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଏକ ବରଯାତ୍ରୀ ଦଳ ବୋଲେରୋରେ ଫେରିବା ବେଳେ ବ୍ରିଜ ଉପରେ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ମୃତକଙ୍କ ଭିତରେ ବାପା, ଝିଅଙ୍କ ସମେତ ଆଉ ଗୋଟିଏ ପରିବାରର କକା ଓ ପୁତୁରା ଅଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ନିମ୍ନା ଗାଁରୁ ବିନିକାର କଉଡିଆମୁଣ୍ଡାକୁ ଯାଇଥିଲେ ବରଯାତ୍ରୀ । ବାହାଘର ସାରି ବୋଲେରୋରେ ୧୦ ଜଣ ଫେରୁଥିଲେ । ମହାନଦୀ ବ୍ରିଜ ଉପରେ ସାମନା ପଟରୁ ଆସୁଥିବା ଏକ ଧାନ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣା ପରେ ବେଲୋରୋଟି ସମ୍ପୂର୍ଣ୍ଣ ଚୁରମାର ହୋଇଥିଲା । ଆହତ ୫ ଜଣଙ୍କୁ ଗ୍ୟାସ୍ କଟର ସାହାଯ୍ୟରେ କାଟି ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ତାନାନ୍ତର କରାଯାଇଛି ।

Comments are closed, but trackbacks and pingbacks are open.