Latest Odisha News

BREAKING NEWS

ମାଲକାନଗିରିରେ ସଡକ ଦୁର୍ଘଟଣା, କାର ଧକ୍କାରେ ବାଇକ ଚାଳକ ମୃତ

ମାଲକାନଗିରି: ବାଇକ ଚାଳକଙ୍କୁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ ବାଇକ୍ ଚାଳକ ରିଙ୍କୁ ସିଙ୍ଗାଡିଙ୍କର ମୃତ୍ୟୁ ଘଟିଛି । ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଟଙ୍ଗଗୁଡା ଗାଁରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଦୁର୍ଘଟଣା ଘଟାଇଥିବା କାରକୁ ଅଟକ ରଖିବା ସହ ଲୋକେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଥିଲାବଳେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଅଡି ବସିଛନ୍ତି । ଘଟଣାସ୍ଥଳରେ ପହଂଚି ପୋଲିସ ଲୋକଙ୍କ ବୁଝାସୁଝା କରୁଥିବା ସୂଚନା ରହିଛି ।

Leave A Reply

Your email address will not be published.