Latest Odisha News

BREAKING NEWS

ରାସ୍ତା ଉପରେ ଜଳିଗଲା ଗଂଜେଇ ଭର୍ତ୍ତି କାର୍

ମାଲକାନଗିରି: ରାସ୍ତା ଉପରେ ହୁ ହୁ ହୋଇ ଚଳିଗଲା ଚଳନ୍ତାକାର । ମାଲକାନଗିରି ସ୍ଥିତ ଏମଭି ୧୬ ଗାଁ ନିକଟରେ ୩୨୭ ନଂବର ଜାତୀୟ ରାଜପଥରେ ଘଟିଛି ଏପରି ଘଟଣା । ତେବେ କାରରେ ନିଆଁ ଲାଗିବା ପରେ ଜଣାପଡିଛି, କାରରେ ଗଂଜେଇ ଚାଲାଣ କରାଯାଉଥିଲା । କାର ସହ ଗଂଜେଇ ବି ଜଳି ପାଉଁଶ ହୋଇଯାଇଛି । ତେବେ ବଂଚିଯାଇଥିବା ଅବଶେଷରୁ ଜଣା ପଡିଛି

କାରରେ ଗଂଜେଇ ଭର୍ତି କରି ଚାଲାଣ କରାଯାଉଥିଲା । ତେବେ କାରରେ ଯାଉଥିବା ଲୋକେ ନିଆଁ ଲାଗିବା ପରେ କାରକୁ ଛାଡି ଫେରାର ହୋଇଯାଇଛନ୍ତି । କାରଟି ଜାତୀୟ ରାଜପଥରେ କାଳିମେଳା ଅଭିଯୁଖେ ଯାଉଥିବା ବେଳେ ଏମଭି ୧୬ ଗାଁ ନିକଟରେ ଜଳି ଯାଇଥିଲା । କାରରେ ଯାଉଥିବା ଯାତ୍ରୀ ନିଆଁ ଲାଗିବା ପରେ ଫେରାର ହୋଇଯାଇଥିବାରୁ କିଏ ଗଂଜେଇ ଚାଲାଣ କରୁଥିଲା, କେଉଁଠୁ ଗଂଜେଇ ଭର୍ତି କରି କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା ଜଣାପଡି ନାହିଁ ।

Leave A Reply

Your email address will not be published.