Latest Odisha News

BREAKING NEWS

ନିର୍ମଳାଙ୍କ ବଜେଟକୁ ତାଲିବାନ ସରକାରର ଭୁରି ପ୍ରଶଂସା

କାବୁଲ: କେନ୍ଦ୍ର ବଜେଟକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଘେରିଥିବାବେଳେ ଆଫଗାନିସ୍ତାନର ତାଲିବାନ ସରକାର ଏହାକୁ ଭୁରି ଭୁରି ପ୍ରଶଂସା କରିଛି । କେନ୍ଦ୍ର ବଜେଟ ୨୦୨୩-୨୪କୁ ସ୍ୱାଗତ କରିବା ସହ ତାଲିବାନ ସରକାର କହିଛି ଏହି ବଜେଟରେ ଆଫଗାନିସ୍ତାନ ପାଇଁ ସହାୟତା ଘୋଷଣା କରିଛି ଯାହା ଦୁଇ ଦେଶର ସମ୍ପର୍କରେ ସୁଦୃଢ କରିବ ।

ଫେବୃଆରୀ ୧ ତାରିଖରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଥିଲେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ । ଏହି ବଜେଟରେ  ଆଫଗାନିସ୍ତାନ ପାଇଁ ୨୫ ମିଲିଅନ ୟୁଏସ ଡଲାର (ଭାରତୀୟ ମୁଦ୍ରାରେ ୨୦୦ କୋଟି) ସହାୟତା ଘୋଷଣା କରିଛନ୍ତି ।

ତାଲିବାନ ସରକାର କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନକୁ ଭାରତର ଏହା ୨ୟ ଆର୍ଥିକ ସହାୟତା ଘୋଷଣା । ଗତବର୍ଷ ବଜେଟରେ ମଧ୍ୟ ଭାରତ ଆଫଗାନିସ୍ତାନକୁ ଆର୍ଥିକ ସହାୟତା ଘୋଷଣା କରିଥିଲା ।

ତେବେ ଭାରତର ଚଳିତ ବଜେଟକୁ ପ୍ରଶଂସାକ କରି ତାଲିବାନର ପୂର୍ବତନ ନେଗୋସିଏସନ ଟିମ ମେମ୍ବର ସୁହିଲ ଶାହିନ କହିଛନ୍ତି, ଆଫଗାନିସ୍ତାନର ବିକାଶ ପାଇଁ ଭାରତ ଯେଉଁ ସହଯୋଗର ହାତ ବଢାଇଛି ଆମେ ତାହାକୁ ସ୍ୱାଗତ କରୁଛୁ । ଏହା ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ସମ୍ପର୍କ ଓ ବିଶ୍ୱାସକୁ ଆହୁରି ମଜବୁତ କରିବ ।

ଏଠି କହିରଖିବୁ, ୨୦୨୧ରେ ଯେତେବେଳେ ତାଲିବାନ କାବୁଲ ଦଖଲ କଲା ସେତେବେଳେ ଭାରତ-ଆଫଗାନ ସମ୍ପର୍କରେ ଶିଥିଳତା ଆସିଥିଲା । ହେଲେ ପରେ ଏହାକୁ ସୁଧାରିବା ପାଇଁ ଭାରତ ପକ୍ଷରୁ ପ୍ରଥମେ ପଦକ୍ଷେପ ନିଆଯାଇଥିଲା ।

ଶାହିନ କହିଛନ୍ତି, ଆଫଗାନିସ୍ତାନରେ ଅନେକ ପ୍ରକଳ୍ପ ଭାରତୀୟ ଅନୁଦାନରେ ଚାଲିଛି । ଯଦି ଭାରତ ଏହି ଯୋଜନାକୁ କାର୍ଯ୍ୟକାରୀ କରାଏ ତେବେ ଏହା ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବ । ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥିବା ଏହି ବଜେଟ ବେଶ ମହତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଶାହିନ ।

Leave A Reply

Your email address will not be published.