Latest Odisha News

BREAKING NEWS

କେତେ ନିଷ୍ଠୁର ଏ ମୃତ୍ୟୁ: ବାପାଙ୍କ ଶେଷକୃତ୍ୟ ସାରି ଫେରିବା ବାଟରେ ଦୁର୍ଘଟଣା ନେଲା ପୁଅର ଜୀବନ

ବୌଦ୍ଧ: ବାପାଙ୍କ ଶେଷକୃତ୍ୟ ସାରି ପୁରୀରୁ ଫେରିବା ବେଳେ ଅଧାବାଟରେ ଚାହିଁ ରହିଥିଲା ମୃତ୍ୟୁ । ସଡ଼କ ଦୁର୍ଘଟଣାରେ ଆଖି ବୁଜିଲା ପୁଅ । ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ନମ୍ୱର ଜାତୀୟ ରାଜପଥର କରଡ଼ାକୋଠା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୪ଜଣ । ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଅରୁଣ ମେହେର ।

ପୁରୀର ବାପାଙ୍କ ଶେଷକୃତ୍ୟ ସାରି ଘରକୁ ଫେରୁଥିଲେ ଅରୁଣ । ଏତିକିବେଳେ କରଡ଼ାକୋଠା ନିକଟରେ ଠିଆ ହୋଇଥିବା ଟ୍ରେଲରକୁ ଆଗପଟରୁ କାର୍ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ କାରର ଆଗ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଆହତଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛି । ମୃତ୍ୟୁ ଏମିତି ବି ଆସେ । ଯାହା କେହି କେବେ କଳ୍ପନା କରି ନଥିବେ ।

Leave A Reply

Your email address will not be published.