ପୁରୀ: କଲେଜ ଛାତ୍ରକୁ ଧକ୍କା ଦେଲା କାର୍ । ଛାତ୍ର ଜଣକ ରାସ୍ତା ପାର୍ ହେଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ଧକ୍କା ଦେଇଛି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ମଙ୍ଗଳାଘାଟ ଛକ ନିକଟରେ । ଛାତ୍ର ଜଣକ ହେଉଛନ୍ତି ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ର ସ୍ମୁତି ରଞ୍ଜନ ନାୟକ । ସୁରଜ୍ ରାସ୍ତା ପାର ହେଉଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । ଆହତ ଛାତ୍ରଙ୍କୁ ପ୍ରଥମେ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଘଟଣା ଘଟିବା ପରେ ପରିସ୍ଥିତି ପୁରା ଅଶାନ୍ତ ହୋଇଉଠିଥିଲା । ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ମାନେ ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାକଡରେ ଶହ ଶହ ଗାଡି ମଟର ଅଟକି ରହିଥିଲା । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତାତି ଯେତିକି ବଢୁଥିଲା ଆନ୍ଦୋଳନ ସେତିକି ଦାନା ବାନ୍ଧୁଥିଲା। ଘଟଣାସ୍ଥଳରେ ସଦର ବିଡିଓ,ସିଟି ଡିଏସପି,ଆଡିସନାଲ ଏସପି ଓ ବ୍ୟାପକ ପୁଲିସ ଫୋର୍ସ ମୂତୟନ ହୋଇଥିଲେ ବି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବୁଝାଇବାରେ ଅକ୍ଷମ ହୋଇଥିଲେ। ପରେ ମଙ୍ଗଳାଘାଟ ଛକ ନିକଟରେ ଥିବା ସୂରଜ ମହଲ ଶାହା ମହାବିଦ୍ୟାଳୟ ନିକଟରେ ଖୁବଶୀଘ୍ର ସାଇନବୋର୍ଡ ସହ, ସ୍ପିଡ୍ ବ୍ରେକର ଲଗାଇବାକୁ ପ୍ରଶାସନ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେବାପରେ ଧାରଣରୁ ହଟିଥିଲେ ଛାତ୍ରଛାତ୍ରୀ।
Comments are closed.