Latest Odisha News

ଶୋଇଥିବା ବେଳେ ମହିଳାଙ୍କ ଉପରେ ମାଡ଼ିଗଲା କାର୍‌, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବୌଦ୍ଧ : ଭାରସାମ୍ୟ ହରାଇ ଘରେ ପଶିଗଲା କାର୍‌ । ଶୋଇଥିବା ଅବସ୍ଥାରେ ମହିଳାଙ୍କ ଉପରେ ମାଡ଼ିଗଲା । ଘଟଣାସ୍ଥଳରେ ଚାଲିଗଲା ମହିଳାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ବୌଦ୍ଧ ରାଧାନଗର ଗାଁରେ ଘଟିଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କାରଟି ଚାରିଛକ ପଟୁ ବୌଦ୍ଧ ଆଡ଼କୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଘର ଭିତରେ ପଶି ଯାଇଥିଲା । ଘର ଭିତରେ ପଶିଯିବା ପରେ ଏକ ଚାଳ ଛପର ଘର ଭିତରେ ପଶିଯିବାରୁ ଘରଟି ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ତା’ଭିତରେ ଶୋଇଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ପାଣେଶ୍ୱରୀ ଧଳ ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଥିଲା । ଏନେଇ ମୃତ ମହିଳାଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ତମ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଛି । ଏନେଇ ଘଟଣାସ୍ଥଳରେ ବୌଦ୍ଧ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ସେପଟେ ଡ୍ରାଇଭର ଦୁର୍ଘଟଣାସ୍ଥଳରୁ ଛୁ ମାରିଛି ।

 

Leave A Reply

Your email address will not be published.