ମୁମ୍ବାଇ : ଦେଶର ସବୁଠୁ ଧନୀ ତଥା ଶିଳ୍ପପତୀ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ଆଗରୁ ସନ୍ଦିଗ୍ଧ ଅବସ୍ଥାରେ ଏକ ସ୍କର୍ପିଓକୁ ଜବତ କରାଯାଇଛି । ଏହି ଗାଡିରୁ ପ୍ରାୟ ୨୦ଟି ଜିଲେଟିନ୍ ଛଡ଼ ଜବତ କରାଯାଇଛି । ଏ ସମ୍ପର୍କରେ ଜଣାପଡିବା ପରେ ପୋଲିସ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଙ୍କ ନିଦ ହଜିଯାଇଛି । ଗାଡି ଜବତ କରାଯିବା ପରେ ମୁକେଶ ଅମ୍ବାନୀଙ୍କ ଘରକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି ।
ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରାଯିବା ସହ ଯାଞ୍ଚକୁ ଜୋରଦାର କରିଛି ପୋଲିସ । ମୁକେଶ ଅମ୍ବାନୀଙ୍କ ଘର ଆଗରେ ସ୍କର୍ପିଓଟି ଦୀର୍ଘ ସମୟ ଧରି ରହିଥିଲା । ଏନେଇ ସୁନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ସୁରକ୍ଷା କର୍ମୀ । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଯାଞ୍ଚ କରିଥିଲା । ଏବଂ ଯାଞ୍ଚ ବେଳେ ସ୍କର୍ପିଓରୁ ଜିଲେଟିନ୍ ଜବତ କରାଯାଇଥିଲା । ପ୍ରଶ୍ନ ଉଠୁଛି, ଏତେ ପରିମାଣର ଜିଲେଟିନ୍ ଏଠାକୁ କିପରି ଆସିଲା, ସେନେଇ ତଦନ୍ତ କରୁଛି ପୋଲିସ । ଘଟଣା ପରେ ଆଣ୍ଟିଲିଆ ଆଖପାଖ ଅଞ୍ଚଳକୁ ସିଲ୍ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।
Comments are closed.