Latest Odisha News

BREAKING NEWS

ଇଣ୍ଡିଆନ ଗ୍ରାଁପ୍ରି୨: ପୁରୁଷ ୧୦୦ ମିଟରରେ ଅମୀୟଙ୍କୁ ରୌପ୍ୟ

ଭୁବନେଶ୍ୱର: ପଟିଆଲାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସ ମିଟ୨ରେ ଓଡିଶା ଅମୀୟ ମଲିକ ୧୦୦ ମିଟରରେ ରୌପ୍ୟ ପଦକ ହାସଲ କରିଛନ୍ତି । ମହାରାଷ୍ଟ୍ରର କ୍ରିଷ୍ଣାକୁମାର ରାଣେ (୧୧.୭୧ସେକେଣ୍ଡ) ସମୟ ନେଇ ଏହି ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଅମୀୟ ୧୧.୭୪ ସେକେଣ୍ଡରେ ରେସ୍ ସମ୍ପୂର୍ଣ୍ଣ କରି ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲେ ।

ପୂର୍ବରୁ ମହିଳା ୧୦୦ମିଟରରେ ଦୂତି ଚାନ୍ଦ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । କୌଣସି ଆଥଲେଟ ଅଲିମ୍ପିକ କ୍ୱାଲିଫାଇଂ ମାର୍କ ଛୁଇଁ ପାରି ନ ଥିଲେ । ୨୦୦ ମିଟର ପୁରୁଷ ବିଭାଗରେ ତାମିଲନାଡୁର ଏସ ଆରୋକିଆ ରାଜୀବ (୨୧.୨୪ ସେକେଣ୍ଡ) ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ବିଭାଗରେ ଅଲିମ୍ପିକ ମାର୍କ ୨୦.୨୪ ସେକେଣ୍ଡ ରହିଛି । ଇଣ୍ଡିଆନ ଗ୍ରାଁପ୍ରିର ତୃତୀୟ ପର୍ଯ୍ୟାୟ ମାର୍ଚ୍ଚ ୫ରେ ଆୟୋଜିତ ହେବ ।

Leave A Reply

Your email address will not be published.