Latest Odisha News

BREAKING NEWS

ଜାଣନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଡ଼ିରେ କ’ଣ ସବୁ ସୁବିଧା ରହିଛି ?

ନୂଆଦିଲ୍ଲୀ: ସ୍ୱାଧୀନ ଭାରତରେ ଜନ୍ମିତ ଦେଶର ପ୍ରଥମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଛନ୍ତି । ରାଷ୍ଟ୍ରପତି ଭାବେ ତାଙ୍କୁ ମିଳିଥିବା ସୁବିଧା ମଧ୍ୟରେ ଗାଡ଼ି ଅନ୍ୟତମ । କାରଣ ଦେଶର ପ୍ରଥମ ନାଗରିକଙ୍କ ଗାଡ଼ିରେ ନଥାଏ ନମ୍ବର ପ୍ଲେଟ୍ । ଆସନ୍ତୁ ଜାଣିବା ରାଷ୍ଟ୍ରପତିଙ୍କ ଗାଡ଼ି ବାବଦରେ…

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅତ୍ୟାଧୁନିକ ସୁରକ୍ଷା ଉଚ୍ଚଶକ୍ତି ସମ୍ପନ୍ନ ମର୍ସିଡିଜ୍ ବେଞ୍ଜ S600 ଦିଆଯାଇଛି । ଲିମୋଜିନ୍ ମର୍ସିଡିଜ୍ ବେଞ୍ଚ S600 ପୁଲମାନ୍ ଗାର୍ଡର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା । ଏହି ଗାଡ଼ି ବାହାରୁ ଦେଖିବାକୁ ଯେତିକି ଆକର୍ଷଣୀୟ ଇଣ୍ଟରିୟର ମଧ୍ୟ ସେତିକି ସୌନ୍ଦର୍ଯ୍ୟପୂର୍ଣ୍ଣ । ଏହି ଲକଜୁରୀ ଗାଡ଼ିରେ ଅନେକ ସୁବିଧା ରହିଛି । ଏହି ଗାଡ଼ି ବୁଲେଟ୍ ପ୍ରୁଫ୍ ହୋଇଥିବା ବେଳେ ଏଥିରେ ଅକ୍ସିଜେନ୍ ସପ୍ଲାଏ, ଅଟୋମେଟେଡ୍ ଲକ୍ କଣ୍ଟ୍ରୋଲ୍, ପ୍ରିଭେଣ୍ଟିଭ୍ ଶିଲ୍ଡ୍ସ ଓ ପ୍ୟାନିକ ଆଲାର୍ମ ସିଷ୍ଟମ୍ ଭଳି ସୁରକ୍ଷା ଫିଚର୍ସ ରହିଛି ।

ଏହାଛଡ଼ା ରାଷ୍ଟ୍ରପତିଙ୍କ ଗାଡ଼ିରେ VR9 ଲେବଲର ବାଲିଷ୍ଟିକ ପୋଟେକ୍ସନ୍ ରହିଛି । ପଏଣ୍ଟ ୪୪ କାଲିବର ହ୍ୟାଣ୍ଡଗନ୍ ସଟ୍ସ, ମିଲିଟ୍ରି ରାଇଫଲ ସଟ୍ସ, ବୋମା ଓ ଅନ୍ୟ ବିସ୍ଫୋରଣ ଏବଂ ଗ୍ୟାସ୍ ଆଟାକର କୌଣସି ପ୍ରଭାବ ରାଷ୍ଟ୍ରପତିଙ୍କ ଗାଡ଼ି ଉପରେ ପ୍ରଭାବ ପଡ଼ି ନଥାଏ । ଗ୍ୟାସ୍ ଆଟାକ ହେଲେ ମଧ୍ୟ ଗାଡ଼ି ଅଟକି ଯାଇ ନଥାଏ । ଷ୍ଟାର୍ଟର ମାତ୍ର ୮ ସେକେଣ୍ଡରେ ଏହି ଗାଡ଼ି ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଗତି କରିପାରେ । ଏହି ଗାଡ଼ିର ଘଣ୍ଟାପ୍ରତି ସର୍ବାଧିକ ବେଗ ହେଉଛି ୧୬୦ କିଲୋମିଟର ।

ଏଥିରେ ୪ ଜଣ ବସିବା ସହ ୮୦ ଲିଟର ତେଲ କ୍ଷମତା ରହିଛି । ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କ ଗାଡ଼ିରେ କୌଣିସ ନମ୍ବର ପ୍ଲେଟ୍ ନଥାଏ । ସୁରକ୍ଷା କାରଣରୁ ନମ୍ବର ପ୍ଲେଟ ବଦଳରେ ରାଷ୍ଟ୍ରପତିଙ୍କ ଗାଡ଼ିରେ ଅଶୋକ ସ୍ତମ୍ବ ରହିଥାଏ । ରାଷ୍ଟ୍ରପତିଙ୍କ ବ୍ୟତୀତ ଉପରାଷ୍ଟ୍ରପତି, ରାଜ୍ୟର ରାଜ୍ୟପାଳ ଓ ଅନ୍ୟ ଭିଭିଆଇପିଙ୍କ ଗାଡ଼ିରେ ନମ୍ବର ପ୍ଲେଟ୍ ଲାଗେ ନାହିଁ । ବିଦେଶ ମନ୍ତ୍ରଣାଳୟ ନିକଟରେ ଏଭଳି ୧୪ଟି ଗାଡ଼ି ରହିଛି । ଏସବୁ ଗାଡ଼ି ସାଧରଣତଃ ବିଦେଶୀ ଅତିଥିଙ୍କ ଯିବା ଆସିବା ଲାଗି ବ୍ୟବହାର ହୋଇଥାଏ ।

Leave A Reply

Your email address will not be published.