Latest Odisha News

BREAKING NEWS

କ୍ଷୋଭ ପ୍ରକାଶ କଲେ ଅଭିନେତା ମନୋଜ ମିଶ୍ର, କହିଲେ ‘ତାକୁ ପରିବାର ସହ ଛାଡ଼ି ଦିଅନ୍ତୁ’

ଭୁବନେଶ୍ୱର: ରାସ୍ତାରେ ଷ୍ଟାର କଳିକୁ ନେଇ ରାଜ୍ୟ ବାହାରେ ଚର୍ଚ୍ଚା । କୌଣସି ଓଡ଼ିଆ ସିନେମାକୁ ନେଇ ସାଧାରଣତଃ ରାଜ୍ୟ ବାହାରେ ଆଲୋଚନା ହୁଏନି । ହେଲେ ବାବୁଶାନଙ୍କ ଘରୋଇ କଳିକୁ ନେଇ ରାସ୍ତାରେ ଟଣାଓଟରା ଭିଡିଓ ଭାଇରାଲ୍ ପରେ ଏବେ ସବୁଠି ଆଲୋଚନା ଚାଲିଛି । ଯେଉଁ ଲୋକ ଓଡ଼ିଆ ସିନେମାର ସଂଳାପକୁ ନେଇ କିଛି କୁହନ୍ତି ନାହିଁ ସେମାନେ ଏବେ ଷ୍ଟାରଙ୍କ ବ୍ୟକ୍ତିଗତ ଘରୋଇ କଳିକୁ ନେଇ ଚର୍ଚ୍ଚା ଆରମ୍ଭ କରି ଦେଇଛନ୍ତି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅଭିନେତା ମନୋଜ ମିଶ୍ର ।

ଅନ୍ୟପଟେ ଶନିବାରର ଉକ୍ତ ଘଟଣାରେ ଖାରବେଳ ନଗର ପୋଲିସ ୨ଟି ମାମଲା ରୁଜୁ କରିଥିବା ବେଳେ ଅପରାଜିତା ଓ ମନ୍ମଥଙ୍କୁ ମିଶାଇ ୭ ଜଣଙ୍କ ବୟାନ ରେକର୍ଡ କରିଛି । ବାବୁଶାନ ଓ ପ୍ରକୃତିଙ୍କୁ ହାଜର ହେବାକୁ ପୋଲିସ ନୋଟିସ୍ କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି । ବାବୁଶାନଙ୍କ ପତ୍ନୀ ତୃପ୍ତି ଆଣିଥିବା ପରକୀୟା ପ୍ରୀତିକୁ ପ୍ରକୃତି ଓ ବାବୁଶାନ ଉଭୟ ଖଣ୍ଡନ କରିବା ସହ ଦୁହେଁ ଦୁହିଁଙ୍କ ଭଲ ସାଙ୍ଗ ବୋଲି ସଫେଇ ଦେଇଛନ୍ତି ।

ତେବେ କିଏ କହୁଛି ସତ ? ତୃପ୍ତି ନା ପ୍ରକୃତି ? ବାବୁଶାନଙ୍କୁ ପ୍ରକୃତି ବ୍ଲାକମେଲ୍ କରୁଥିବା ଅଭିଯୋଗ ଆଣିଛନ୍ତି ମାଆ ଅପରାଜିତା ଓ ଭଉଣୀ । ଯାହାକୁ ପ୍ରକୃତି ଖଣ୍ଡନ ତ କରିଛନ୍ତି ହେଲେ ନିଆଁ ନଥାଇ ଧୂଆଁ କିଭଳି ଉଠିଲା ତାକୁ ନେଇ ଓଲିଉଡରେ ଚର୍ଚ୍ଚା ଜୋର୍ ଧରିଛି ।

Leave A Reply

Your email address will not be published.