Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଦୁଇ ଦୁଇ ଥର ମୃତ ସାର୍ଟିଫିକେଟ ବାହାର କରି ଅର୍ଥ ହଡପ ଅଭିଯୋଗ

ଢେଙ୍କାନାଳ : ଦୁଇ ଦୁଇ ଥର ମୃତ ସାର୍ଟିଫିକେଟ ବାହାର କରି ଅର୍ଥ ହଡପ ଅଭିଯୋଗ  ।  ମୃତ ଦର୍ଶାଯାଇଥିବା ଲୋକର ପରିବାର ଆଣିଛନ୍ତି ଅଭିଯୋଗ । ଜଣେ ଲୋକକୁ ଦୁଇ ଦୁଇ ଥର ମୃତ ଦର୍ଶାଯାଇ ଟଙ୍କା ହଡପ୍ କରାଯାଇଛି । ତାର ମୃତ୍ୟୁ ସାଟିଫିକେଟ ବାହାର କରାଯାଇଛି ଅର୍ଥ ହଡପ ହୋଇଛି। ଖାଲି ସେତିକି ନୂୁହେଁ ସେହି ଲୋକ ନାଁରେ ପୁଣି ଜମି ବିକ୍ରି କରାଯାଇଥିବା ହୋଇଛି ଅଭିଯୋଗ। ଏହି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ପରଜଙ୍ଗ ସରାଙ୍ଗ ଗାଁରେ।

ଗାଁର ସୁଦେଇ ଭୂୟାଁଙ୍କ ଦୁଇ ଦୁଇ ଥର ଡେଥ ସାର୍ଟିଫିକେଟ ବାହାର କରାଯାଇ ବ୍ୟବହାର ହୋଇଛି। ତା ସହ ଜମି ବିକ୍ରି କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ସେପଟେ ଜମି କିଣିଥିବା ଲୋକ ପାଖରେ ଜମି କବଲା ରହିଥିବା ବେଳେ ଜଣେ ମୃତ ଲୋକ କିଭଳି ଜମି ବିକ୍ରି କରିଛି ତାକୁ ନେଇ ଉଠିଛି ପ୍ରଶ୍ନ?

ଘଟଣାର ତାଳମେଳ ରହୁନଥିବା ବେଳେ ଡେଥ ସାଟିଫିକେଟ ବାହାର କରି ଏହି ଚଞ୍ଚକତା ଆଉ ଟଙ୍କା ହଡପ୍ କରାଯାଇଥିବା ହୋଇଛି ଅଭିଯୋଗ। ସେପଟେ ଘଟଣାର ଖୁବଶିଘ୍ର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେିଛନ୍ତି ଜିଲ୍ଲାପାଳ।

ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗକାରୀ ଦାବି କରିଛନ୍ତି।

 

 

Leave A Reply

Your email address will not be published.