ଅନୁଗୁଳ: ଅଟୋ ଉପରେ ଶନିବାର ଏକ କାର୍ ମାଡ଼ିଯିବାରୁ ୩ ଜଣଙ୍କ ଜୀବନ ଚାଲିଯାଇଛି। ଅନ୍ୟ ୨ ଆହତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସଦର ଥାନା ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । କାର ଚାଳକ ଫେରାର ରହିଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
ଖବରମୁତାବକ, ମୃତକମାନେ ହେଲେ ଅଟୋ ଚାଳକ ମଣ୍ଟୁ ମୁଦୁଲି (୩୦), ବଂଶୀଧର ସେଠୀ ଓ କମଳା ସେଠୀ। ସୁନୀତା ସେଠୀ ଓ ୧୨ ବର୍ଷର ପୁଅ ଗୁରୁତର ଅଛନ୍ତି। ସମସ୍ତେ ଢେଙ୍କାନାଳ ଜିଲ୍ଲା ରସୋଳ ଥାନା କାରନ୍ଦା ଗାଁର ଲୋକ ।
ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ, ଦୁର୍ଘଟଣା ଅତି ଭୟଙ୍କର ଥିଲା। ଅଟୋ ଆରୋହୀମାନଙ୍କୁ କାର୍ ଧକ୍କା ଦେଲା ପରେ ଉଭୟ ଗାଡ଼ି ପାଣିକୁ ଖସି ପଡ଼ିଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ମଣ୍ଟୁ ମୁଦୁଲି, ବଂଶୀଧର ସେଠୀ ଓ କମଳା ସେଠୀ ମୃତ ଘୋଷଣା କରିଛନ୍ତି।
ପୋଲିସ ସୂଚନା ମୁତାବକ,ଢେଙ୍କାନାଳ ଜିଲ୍ଲା ରାସୋଳ ଥାନାର କରନ୍ଦା ଗାଁର ବଂଶୀଧର, କମଳା, ସୁନୀତା ଓ ନାବାଳକ ଆଜି କୌଣସି କାମରେ ଅନୁଗୁଳକୁ ଏକ ଅଟୋରେ ଆସିଥିଲେ। କାମ ସାରି ଆଜି ଅପରାହ୍ଣରେ ଘରକୁ ଫେରୁଥିବାବେଳେ ଦିନ ପ୍ରାୟ ଅଢ଼େଇଟାରେ ସଦର ଥାନା ଖଣ୍ଡହତା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ।
Comments are closed.