Latest Odisha News

BREAKING NEWS

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୨ ମୃତ

ବ୍ରହ୍ମଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୨ ମୃତ । ପୁରୀ ସାତପଡ଼ା ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଡ୍ରାଇଭର ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

ଶନିବାର ବିଳମ୍ବିତ ରାତିରେ କାରରେ ପୁରୀ ପଟୁ ସାତପଡ଼ା ଅଭିମୁଖେ ନିଜ ଗାଁକୁ ଫେରୁଥିବା ବେଳେ ନାଗା ଛକ ନିକଟରେ ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହୋଇଯାଇଥିଲା । ଯାହାଫଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ କାର୍ ଡ୍ରାଇଭର ଭାଗବନପୁରର ନବାଵ ଖାନ ଏବଂ କାର ମାଲିକ ସହଦେବପୁରୁର ଧୀରେନ୍ଦ୍ର ପଲାଇ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା ।

Leave A Reply

Your email address will not be published.