Latest Odisha News

BREAKING NEWS

ସକାଳୁ ସକାଳୁ ଅଘଟଣ: ନଦୀରେ ଚାଲିଗଲା ଆଈ ଓ ନାତୁଣୀଙ୍କ ଜୀବନ

ଖୋର୍ଦ୍ଧା  : ସକାଳୁ ସକାଳୁ ଘଟିଛି ଅଘଟଣ। ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଘଟିଛି ଖୋର୍ଦ୍ଧା ବାଣପୁର ଶ୍ରୀନିବାସପୁର ଗାଁରେ । ମୃତକ ଦୁଇଜଣ ହେଉଛନ୍ତି ଆଈ ନାତୁଣୀ। ରବିବାର ସକାଳୁ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀପଠାରେ ଅଚେତ ଅବସ୍ଥାରେ ଦେଖିବାକୁ ମିଳିଥିଲା । କିଛିଲୋକ ସେମାନଙ୍କୁ ନଦୀପଠାରେ ଅଚତ ଅବସ୍ଥାରେ ପଡିଥିବାର ଦେଖି ଘରେ ଖବର ଦେଇଥିଲେ ।

ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ନଦୀ ପାଣିରେ କରେଣ୍ଟ ଯୋଗୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଏନେଇ ଅଧିକ ଛାନ୍ ଭିନ୍ ଜାରି ରହିଛି।

Leave A Reply

Your email address will not be published.