Latest Odisha News

BREAKING NEWS

ଦେବ୍ରୀଗଡ ଜଙ୍ଗଲରୁ ମିଳିଥିବା ଗଳିତ ଜୀବ ଏକ କଲରାପତରିଆ ବାଘ- ବନବିଭାଗ

ଭୁବନେଶ୍ୱର : ବରଗଡ ଜିଲ୍ଲାସ୍ଥିତ ଦେବ୍ରୀଗଡ ଅଭୟାରଣ୍ୟରେ ଗତକାଲି ଜବତ ହୋଇଥିବା ମୃତ ଜୀବ ମହାବଳ ବାଘ ନୁହେଁ ତାହା ଗୋଟିଏ କଲରାପତରିଆ ବାଘ ବୋଲି ଆଜି ସଫେଇ ଦେଇଛି ବନବିଭାଗ ।

ଦେବ୍ରୀଗଡ ଅଭୟାରଣ୍ୟରୁ ଫେରିବା ପରେ ସୋମବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ପିସିସିଏଫ ସନ୍ଦୀପ ତ୍ରିପାଠୀ କହିଛନ୍ତି ଯେ ପ୍ରାୟ ୨ରୁ ୩ ସପ୍ତାହ ପୁରୁଣା କଲରାପତରିଆ ବାଘର ମୃତଶରୀର ବୋଲି ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଛି ।

ଅନ୍ୟପକ୍ଷରେ ବନ ବିଭାଗ ଘଟଣାର ତଦନ୍ତ ଆରମ୍ଭକରିଥିବା ସେ ପ୍ରକାଶ କରିଛନ୍ତି । ସେହିପରି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି ଯେ କଲରାପତରିଆ ବାଘର ମୃତ୍ୟୁ ଘଟିବା ପରେ ତାକୁ ପୋତା ଯାଇଥିବା ନେଇ ଫରେନସିକ୍ ଟିମର ରିପୋର୍ଟରୁ ଜଣାପଡିଛି ।

ସେ ଆହୁରି ମଧ୍ୟ କହିଛନ୍ତି ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ କଲରାପତରିଆ ବାଘର ଶବକୁ ଡେରାଡୁନ ସ୍ଥିତ ଫରୋନସିକ୍ ଲାବୋରାଟୋରୀକୁ ପଠାଯାଇଛି । ଅନ୍ୟପକ୍ଷରେ ଅଭୟାରଣ୍ୟରୁ ମିଳିଥିବା ଶବ ମହାବଳ ବାଘର ବୋଲି ପୂର୍ବରୁ ସନ୍ଦେହ କରାଯାଉଥିଲା ।

ତେବେ କିଛିଦିନ ତଳେ ଏହି ଅଭୟାରଣ୍ୟରେ ଲଗାଯାଇଥିବା ଟ୍ରାପ୍ କ୍ୟାମେରାରୁ ଏହାର ପାଖାପାଖି ଅଞ୍ଚଳରେ ମହାବଳ ବାଘ ଥିବା ନେଇ ସନ୍ଧାନ ମିଳିଥିଲା ।

Leave A Reply

Your email address will not be published.