Latest Odisha News

ତେଲକୋଇରୁ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ, କାରଣ ଅସ୍ପଷ୍ଟ

କେନ୍ଦୁଝର: ଥମିବାର ନାଁ ନେଉନାହିଁ ହାତୀ ମୃତ୍ୟୁ ମାମଲା । ତେଲକୋଇରୁ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ । କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଜଗମୋହନପୁର ଫରେଷ୍ଟ ବିଟ ସଲେଇକନା ଭାଡିମରା ସାହି ନିକଟ ଏକ କାଜୁ ବଗିଚା ପାଖ ଚାଷ ଜମିରୁ ଆଜି ସକାଳୁ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ କାଜୁ ବଗିଚା ନିକଟ ଏକ ଚାଷ ଜମିରେ ଏକ ଦନ୍ତା ହାତୀର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ଦନ୍ତା ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୮ତାରିଖ ଦିନ ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଖଜୁରିଆକଟା ସେକସନ ନୂଆବଗ ବ୍ୟାରେଜ ନିକଟରୁ ଏକ ଦନ୍ତା ହାତୀର ମୃତଦେହ ଠାବ କରିଥିଲା ବନବିଭାଗ । ହାତୀଟିର ବୟସ ୨୦ ରୁ ୨୫ ବର୍ଷ ହୋଇଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ କରିପାରିନାହିଁ ବନବିଭାଗ ।

Leave A Reply

Your email address will not be published.