Latest Odisha News

BREAKING NEWS

ରାଜ୍ୟରେ ୧୫ ଡିଗ୍ରୀ ତଳେ ୭ସହରର ରାତି ତାପମାତ୍ରା : ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ  । ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି  । ଯାହାର ପ୍ରଭାବରେ  କିଛି ସ୍ଥାନରେ ପାରଦ ଖସିବାରେ ଲାଗିଛି। ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଛି  । ରାଜ୍ୟରେ ୧୫ ଡିଗ୍ରୀ ତଳେ ରହିଛି ୭ ସହରର ରାତିର ତାପମାତ୍ରା  । ୧୦.୫ ଡିଗ୍ରୀ ସହ ଜି.ଉଦୟଗିରି ପାଲଟିଛି ରାଜ୍ୟର ସବୁଠୁ ଥଣ୍ଡା ସହର ।

ସିମିଳିଗୁଡାରେ ୧୧.୧ , କୋରାପୁଟ ୧୧.୬ , କେନ୍ଦୁଝର ୧୨.୮ ଡିଗ୍ରୀ , ଫୁଲବାଣୀ ୧୩, ଦାରିଙ୍ଗବାଡି ୧୩ , କିରେଇରେ ୧୩.୭ ଡିଗ୍ରୀ ତାପମାତ୍ରା ରେଜର୍ଡ ହୋଇଛି । ସେହିପରି ଟ୍ବିନ୍ ସିଟି କଟକ ଓ ଭୁବନେଶ୍ବରରେ ୨୦ ଡିଗ୍ରୀ ତଳେ ରହିଛି ତାପମାତ୍ରା । ୧୪ ତାରିଖ ପରେ ଶୀତ ଆହୁରି ବଢିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ସେପଟେ ପହିଲି ଶୀତର ସ୍ପର୍ଶରେ ପୁଲକିତ ହେଉଛନ୍ତି ଲୋକେ ।

ଶୀତର ଆଗମନରେ ପ୍ରକୃତି ରାଣୀ ଅପୂର୍ବ ସୌନ୍ଦର୍ଯ୍ୟରେ ସଜେଇ ହୋଇଛି । ସକାଳୁ ସକାଳୁ କିଏ ବ୍ୟାୟାମ କରୁଛି ତ ଆଉ କିଏ ଚା ଖଟିରେ ଭିଡ ଜମାଉଛି। ଏବେଠୁ ପିକନିକ ସ୍ପଟ୍ ଗୁଡିକରେ ବି ପର୍ଯ୍ୟଟକଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି  । ପ୍ରକୃତିରାଣୀ ର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ବଣ ଭୋଜିର ମଜା ଉଠାଉଛନ୍ତି ଲୋକ  ।

Leave A Reply

Your email address will not be published.