Latest Odisha News

BREAKING NEWS

ଯୋବ୍ରା ବ୍ୟାରେଜରୁ ହାତୀର ମୃତଦେହ ଠାବ

କଟକ: ଯୋବ୍ରା ବ୍ୟାରେଜରୁ ଏକ ହାତୀର ମୃକଦେହ ଠାବ ହୋଇଛି । ମୁଣ୍ଡୁଳିରେ ଫସି ରହିଥିବା ହାତୀଟି ଭାସି ଆସିଥିବା ସନ୍ଦେହ କରାଯାଉଛି । ତେବେ ଏହି ହାତୀଟି ମହାନଦୀରେ ଫସିଥିବା ହାତୀ କି ନୁହେଁ ସ୍ପଷ୍ଟ ହୋଇନି । ଏନେଇ ବନବିଭାଗ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । ବର୍ତ୍ତମାନ ହାତୀର ମୃତଦେହ ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି ରହିଛି । ହାତୀର ଗୋଡ଼ ବ୍ରିଡରେ ଲାଖି ରହିଥିବା ଦେଖିବାକୁ ମିଳିଛି ।

ଶୁକ୍ରବାର ଦିନ ମୁଣ୍ଡୁଳିରେ ମହାନଦୀ ପାଣି ଭିତରେ ଏକ ହାତୀ ଫସି ରହିଥିଲା । ପାଣି ସୁଅରେ ସେ ଆଗକୁ ବଢ଼ିଥିଲେ ବି କୂଳକୁ ଯାଇ ପାରି ନଥିଲା । ସେହି ହାତୀର କୌଣସି ସନ୍ଧାନ ଏଯାଏ ମିଳିନାହିଁ । ଆଜି ଯୋବ୍ରା ବ୍ୟାରେଜରୁ ହାତୀର ମୃତଦେହ ଠାବ ପରେ ସନ୍ଦେହ ସୃଷ୍ଟି ହୋଇଛି ।

ସେଦିନ ହାତୀକୁ ଘଉଡ଼ାଇବାକୁ ଯାଇଥିଲା ଓଡ୍ରାଫ୍ ଟିମ୍ । ଏତିକିବେଳେ ମହାନଦୀ ଭିତରେ ଓଲଟି ପଡ଼ିଥିଲା ବୋଟ୍ । ଏଥିରେ ଜଣେ ଓଡ୍ରାଫ କର୍ମଚାରୀ ଓ ଜଣେ ସାମ୍ବାଦିକଙ୍କ ଅକାଳ ବିୟୋଗ ହୋଇଛି । ଅନ୍ୟ ୫ ଜଣ କଟକ ଏସସିବିରେ ଚିକିତ୍ସାଧୀନ ଅଛନ୍ତି ।

Leave A Reply

Your email address will not be published.