Latest Odisha News

BREAKING NEWS

୬ ଶିଶୁଙ୍କ ସମେତ ୩୯ ଜଣ ଅନ୍ତେବାସୀ କରୋନା ପଜିଟିଭ

ମୁମ୍ବାଇ: ମୁମ୍ବାଇର ବାଇକୁଲ୍ଲା ଜେଲରେ ଗତ ୧୦ ଦିନ ମଧ୍ୟରେ ୬ ଜଣ ଶିଶୁଙ୍କ ସମେତ ୩୯ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସମସ୍ତ କୋଭିଡ ସଂକ୍ରମିତ ଲୋକଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି। ଅଧିକାରୀଙ୍କ କହିବା ଅନୁଯାୟୀ, ମୋଟ ୧୨୦ କର୍ମଚାରୀ ଏବଂ କଏଦୀଙ୍କ କରୋନା ପରୀକ୍ଷା କରାଯାଇଥିଲା।

ବିଏମସି ର ଜଣେ ଅଧିକାରୀ କହିଛନ୍ତି ଯେ ଏହି ସମୟ ମଧ୍ୟରେ ସମୁଦାୟ ୧୨୦ କଏଦୀଙ୍କୁ ସ୍କ୍ରିନିଂ କରାଯାଇଥିଲା। ସେ କହିଛନ୍ତି ଯେ ସଂକ୍ରମଣରେ ପୀଡିତ ୩୯ ଜଣଙ୍କ ମଧ୍ୟରୁ ୩୬ ଜଣଙ୍କୁ ନିକଟସ୍ଥ ସ୍କୁଲରେ ଅଲଗା ରଖାଯାଇଛି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ରହିଛି।

ଜଣେ ଗର୍ଭବତୀ ମହିଳାଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଅଧିକାରୀ କହିଛନ୍ତି।

Leave A Reply

Your email address will not be published.