Latest Odisha News

BREAKING NEWS

ଗୋଟିଏ ପଟେ ଦିଆଯାଉଛି କଣ୍ଡୋମ, ଅନ୍ୟ ପଟେ ରୁମରେ ରହିଛି କାର୍ଡବୋର୍ଡ ବେଡ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଏକ ନୂଆ ବିବାଦ ସମ୍ମୁଖକୁ ଆସିଛି । ଏହି ମେଗା ଇଭେଂଟରେ ୧୧୦୦୦ରୁ ଅଧିକ ଆଥଲେଟ ୩୨ଟି କ୍ରୀଡାରେ ଅଂଶଗ୍ରହଣ କରୁଛନ୍ତି । ଆଥଲେଟମାନେ ଯେତେବେଳେ କ୍ରୀଡା ଭିଲେଜରେ ପଂହଚିଲେ ତାଙ୍କୁ ସ୍ୱାଗତ କରାଯିବା ସହ ସ୍ୱତନ୍ତ୍ର ପ୍ୟାକେଟ ପ୍ରଦାନ କରାଯାଇଥିଲା । ଏଥିରେ ଫୋନ ସମେତ କଣ୍ଡୋମ ପରି ସାମଗ୍ରୀ ରହିଥିଲା । ଏ ପର୍ଯ୍ୟନ୍ତ ୨୩୦୦୦ କଣ୍ଡୋମ ବଂଟା ସରିଛି । ହିସାବକୁ ନେଲେ ପ୍ରତ୍ୟେକ ଖେଳାଳି ପିଛା ୨୦ କଣ୍ଡୋମ ପଡୁଛି । ଗୋଟିଏ ପଟେ କଣ୍ଡୋମ ବିତରଣ କରାଯାଉଥିବା ବେଳେ ଆଥଲେଟଙ୍କ ରୁମରେ ରହିଛି ଆଂଟି ସେକ୍ସ ବେଡ ଯାହାକି କାର୍ଡବୋର୍ଡରେ ତିଆରି ହୋଇଛି ।

ଅଷ୍ଟ୍ରେଲିଆ ଆଥଲେଟମାନେ ଏ ନେଇ ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ସମାଲୋଚନା କରିଛନ୍ତି । କାର୍ଡବୋର୍ଡରେ ତିଆରି ବେଡରେ ଭଲ ନିଦ ହେଉ ନାହିଁ ବୋଲି ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ନିଦ ନ ହେଲେ ଜଣେ ଆଥଲେଟ କିପରି ଭଲ ପ୍ରଦର୍ଶନ କରିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଯେଉଁମାନେ ପ୍ରେମର ନଗରୀରେ କିଛି ପ୍ରେମଫାଇଦା ଉଠାଇବାକୁ ଚାହୁଁଥିଲେ ସେ ବି କୋଉ ଲାଭରେ ରହୁଛନ୍ତି । କାର୍ଡବୋର୍ଡ କଣ ବେଶୀ ଓଜନ ସମ୍ଭାଳିବ ବୋଲି ପ୍ରଶ୍ନ କରିଛନ୍ତି ।

Comments are closed.