Latest Odisha News

BREAKING NEWS

ବ୍ୟବସାୟୀ ବିଶ୍ୱଜିତ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାସ, କେୟାର ଟେକର ଗିରଫ

ଭୁବନେଶ୍ବର: ବାଲିଅନ୍ତା ଥାନା ସାଗୁଆ ଗାଁର ବ୍ୟବସାୟୀ ବିଶ୍ୱଜିତ ନାୟକ ହତ୍ୟା ଘଟଣା ର ପର୍ଦ୍ଦାଫାଶ ହୋଇଛି । ଅଭିଯୁକ୍ତ ଜଣକ ହେଲେ ମୃତକ ବିଶ୍ୱଜିତ ନାୟକଙ୍କ କେୟାରଟେକର ସୁଙ୍କି ରଣା । ଘଟଣାରେ ସୁଙ୍କି ରଣା ଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ଅଭିଯୁକ୍ତ କେୟାରଟେକର ସୁଙ୍କି ରଣା ଝାରସୁଗୁଡାର ହୋଇଥିବାବେଳେ, ସେ ୨୦୦୫ ମସିହାରେ ନିଜ ସ୍ବାମୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ନିଜ ଯା କୁ ହତ୍ୟା କରି ୧୨ ବର୍ଷ ଜେଲ୍‌ରେ ଥିଲା । ପରେ ସର୍ତ୍ତମୂଳକ ଜାମିନିରେ ବେଲ୍ ରେ ଆସିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ପରେ ଜେଲରୁ ମୁକୁଳିବା ପରେ ସୁଙ୍କି ପୁରୀର ଏକ ଆଶ୍ରମରେ ରହୁଥିଲେ । ସେହି ଆଶ୍ରମରେ ବିଶ୍ୱଜିତଙ୍କ ମାଆ ମଧ୍ୟ ରହୁଥିଲେ । ମାଆ ଙ୍କୁ ଦେଖା କରିବାକୁ ମଝିରେ ମଝିରେ ଉକ୍ତ ଆଶ୍ରମକୁ ଯାଉଥିଲେ ବିଶ୍ବଜିତ । ସେଠାରେ ତାଙ୍କର ସୁଙ୍କି ଙ୍କ ସହ ଦେଖା ହୋଇଥିଲା । ସମୟକ୍ରମେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ମଧ୍ୟ ଗଢି ଉଠିଥିଲା । ଏହି ସମ୍ପର୍କ ଆଉ ଆଶ୍ରମ ଭିତରେ ସୀମିତ ହୋଇ ରହିନଥିଲା । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ସାଗୁଆ ଗାଁରେ ଥିବା ବିଶ୍ବଜିତଙ୍କ ଘରକୁ ସୁଙ୍କି ଆସୁଥିଲା ।

ପରେ ସୁଙ୍କି ଆଶ୍ରମକୁ ଯିବାପାଇଁ ବାହାରିଥିଲେ, ହେଲେ ବିଶ୍ବଜିତ ଏହା ଚାଁହୁନଥିଲେ ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଗତ ୧୪ ତାରିଖ ରେ ପ୍ରବଳ ଝଗଡା ହୋଇଥିଲା ଏହାକୁ ନେଇ ସୁଙ୍କି ରାଗିଯାଇ ବିଶ୍ବଜିତଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ବିଶ୍ବଜିତଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସୁଙ୍କି ଲୁଚିକୁ ଉକ୍ତ ସ୍ଥାନରୁ ଖସିପଳାଇ ପୁରୀରେ ଲୁଚିଥିଲେ ।

ଘଟଣାରେ ତଦନ୍ତ କରି ପୁରୀରୁ ସୁଙ୍କି କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ଗିରଫ ପରେ ସୁଙ୍କି ନିଜ ଦୋଷ ସ୍ବିକାର କରିଥିଲା । ଘଟଣାସ୍ଥଳରୁ ହତ୍ୟା ରକ୍ତ ଭିଜା କପଡା ଓ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ ଜବତ କରିଛି ପୋଲିସ ।

Leave A Reply

Your email address will not be published.