Latest Odisha News

କାଳ ସାଜିଲା ମୋବାଇଲ୍: କଥା ହେବାକୁ ମନା କରିବାରୁ ବାପାମା’ଙ୍କୁ ପନିକିରେ ହାଣିଲା ଝିଅ

ବାଲେଶ୍ଵର: ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପା ମା’ଙ୍କୁ ପନିକିରେ ହାଣିଲା ଝିଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସରଶଙ୍ଖ ଗାଁ ରେ । ବାପା ରଞ୍ଜିତ ସିଂ ଓ ମା ବୁଦୁନି ସିଂଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ହାତିଗଢିଆ ଗାଁର ରଞ୍ଜିତ ସିଂ ଓ ବୁଧୁନି ସିଂଙ୍କ ଝିଅ କୁନି ବିବାହ ପରେ ବାପ ଘରେ ରହୁଥିଲେ। ଗତକାଲି ରାତିରେ ଖାଇବା ବେଳେ କୁନି ଫୋନରେ କଥା ହେଉଥିବାରୁ ମା ବିରକ୍ତି ପ୍ରକାଶ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ମା’ଙ୍କୁ ପନିକିରେ ଆକ୍ରମଣ କରିଥିଲେ କୁନି । ରଞ୍ଜିତ କୁନିକୁ ରୋକିବାରୁ ବାପାଙ୍କୁ ମଧ୍ୟ ଆକ୍ରମଣ କରିଥିଲା କୁନି । ବାପା ମା’ଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଦୌଡ଼ି ଆସିଥିଲେ। ପ୍ରଥମେ ଗାଁ ଲୋକେ ଝିଅକୁ ଧରି ଦୌଡ଼ିରେ ବାନ୍ଧି ପୋଲିସ ଜିମା ଦେଇଛନ୍ତି । ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ସେପଟେ ଝିଅ କୁନି ସିଂଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

 

Leave A Reply

Your email address will not be published.