ପୋରବନ୍ଦର: ଗୁଜୁରାଟର ପୋରବନ୍ଦରରେ ଏକ ଜାହାଜରେ ନିଆଁ ଲାଗିଯାଇଛି। ପୋରବନ୍ଦର ସୁଭାଷନଗର ଜେଟିରେ ଏହି ଘଟଣା ଘଟିଛି।
ଜାମନଗର ସ୍ଥିତ HRM & Sons ମାଲିକାନାରେ ଥିବା ଏହି ଜାହାଜଟି ଚାଉଳ ଏବଂ ଚିନି ନେଇଯାଉଥିଲା। କୌଣସି କାରଣ ଯୋଗୁ ହଠାତ୍ ଏଥିରେ ନିଆଁ ଲାଗିଯାଇଥିଲା। ଖବର ପାଇ ତିନୋଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଥିଲା।ଚାଉଳ ଭର୍ତି ହୋଇଥିବା ଯୋଗୁଁ ନିଆଁ ହୁତୁ ହୁତୁ ହୋଇ ଜଳିଥିଲା। ଜାହାଜଟି ସୋମାଲିଆର ବୋସାସୋ ଅଭିମୁଖେ ଯାଉଥିଲା ବେଳେ ନିଆଁ ଲାଗିବା ଫଳରେ କୂଳକୁ ଟାଣି ନିଆଯାଇଥିଲା।
ଚିନି ଏବଂ ଚାଉଳ ବୋଝେଇ ଜାହାଜରେ ନିଆଁ ଲାଗି ବହୁତ କ୍ଷତି ହୋଇଛି। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
Comments are closed.