Latest Odisha News

BREAKING NEWS

ଓଡେଶ ବନ୍ଦରରୁ ମକା ଆଫ୍ରିକା ଅଭିମୁଖେ ବାହାରିଲା, ରୁଷ ଆକ୍ରମଣ କରିବ ନାହିଁ

ଓଡେଶା: ୟୁକ୍ରେନର ଓଡେଶା ବନ୍ଦରରୁ ଆଜି ଆଫ୍ରିକା ଅଭିମୁଖେ ୨୬ ହଜାର ଟନ ମକା ନେଇ ଏକ କାର୍ଗୋ ଶିପ ରପ୍ତାନୀ ଅଭିଯାନ ଆରମ୍ଭ କରିଛି । ରୁଷ ଏହି ଜାହଜ ଉପରେ ଆକ୍ରମଣ କରିବ ନାହିଁ ଘୋଷଣା କରିଛି । ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱରେ ଖାଦ୍ୟ ସଙ୍କଟ ଦେଖା ଦେଇଛି । ୟୁକ୍ରେନ ବନ୍ଦର ଉପରେ ରୁଷ ଆକ୍ରମଣ କରୁଥିବାରୁ ଫୁଡ ଏକ୍ସପୋର୍ଟ ହୋଇପାରୁ ନ ଥିଲା । ଫଳରେ ଆଫ୍ରିକା ଲୋକେ ବେଶୀ ଅସୁବିଧାର ସମ୍ମୁଖୀନ ହେଉଥିଲେ । ମିଳିତ ଜାତିସଂଘର ଅନୁରୋଧ ଏବଂ ତୁର୍କୀର ହସ୍ତକ୍ଷେପ ପରେ ଉଭୟ ଦେଶ ଖାଦ୍ୟ ରପ୍ତାନୀ ନେଇ ସହମତି ହୋଇଥିଲେ ।  ତେବେ ଏହା ପରେ ଓଡେଶ ବନ୍ଦର ଉପରେ ରୁଷ ଆକ୍ରମଣ କରିବା ଯୋଗୁ ଏହି ଉଦ୍ୟମ ବ୍ୟର୍ଥ ହୋଇଥିଲା । ବର୍ତମାନ ଓଡେଶାରୁ ବାହାରିଥିବା ଜାହଜ ମଙ୍ଗଳବାର ରାତି ସୁଦ୍ଧା ଇସ୍ତାନବୁଲ ବନ୍ଦରରେ ପଂହଚିବ । ସୂଚନାଯୋଗୃ, ଫେବୃୟାରୀ ୨୪ରୁ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରୀ ରହିଛି ।

Leave A Reply

Your email address will not be published.