Latest Odisha News

BREAKING NEWS

ଦିନେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ: ଆଜି ସେ ପଞ୍ଜାବର ସୁପରଷ୍ଟାର

ନୂଆଦିଲ୍ଲୀ: ବିନା ସଂଘର୍ଷରେ ଜୀବନରେ ସଫଳତା ମିଳେ ନାହିଁ । ଏଥିପାଇଁ ଆମ ଜୀବନରେ ଆସୁଥିବା ବିଭିନ୍ନ ଝଡ଼କୁ ମୁକାବିଲା କରି ଆଗକୁ ବଢ଼ିବାକୁ ହେବ । ଆମେ ଏପରି ଜଣେ ସେଲିବ୍ରେଟିଙ୍କ କଥା କହୁଛୁ, ସେ ସଫେଇ କର୍ମଚାରୀ ଠୁ ସୁରକ୍ଷାକର୍ମୀ ଭାବେ କାମ କରିଛନ୍ତି । ଆଜି ସେ ପଞ୍ଜାବର ସୁପରଷ୍ଟାର । ସେ ହେଉଛନ୍ତି କଣ୍ଠଶିଳ୍ପୀ ତଥା ଅଭିନେତା ଗ୍ରିପି ଗ୍ରିୱାଲ୍ । ତାଙ୍କୁ ଚିହ୍ନିବାକୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ଗାଇଥିବା ଗୀତଙ୍କ ଲୋକଙ୍କ ଓଠରେ ରହିଛି ।

ଗ୍ରିପି ଗ୍ରିୱାଲଙ୍କ କ୍ୟାରିୟର ବହୁତ ସଂଘର୍ଷ ପୂର୍ଣ୍ଣଥିଲା । ପିଲା ଦିନରୁ ତାଙ୍କର ମ୍ୟୁଜିକ୍ ପ୍ରତି ଦୁର୍ବଳତା ଥିଲା । କ୍ଲାସ୍ ୧୨ ପରେ ସେ ତାଙ୍କର ମ୍ୟୁଜିକ୍ କ୍ୟାରିୟର ଆରମ୍ଭ କରିଥିଲେ । ହେଲେ ନିଜର କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ଗ୍ରିପି ଗ୍ରିୱାଲ ୱେଟର କାମ କରିଛନ୍ତି । ଦିଲ୍ଲୀରେ ସେ ସୁରକ୍ଷାକର୍ମୀ ଭାବେ ମଧ୍ୟ କାମ କରିଛନ୍ତି । ଏମିତିକି ବିଭିନ୍ନ ଯାନବାହନ ଓ ଶୌଚାଳୟରେ ବି ସଫା କରିଛନ୍ତି । ସେ ଯେଉଁ ବି କାମ କରିଛନ୍ତି ସଚ୍ଚୋଟ ଓ ଉତ୍ସର୍ଗୀକୃତ ଭାବେ କରିଛନ୍ତି । ଏହିସବୁ କାମ କରିବା ସତ୍ତ୍ୱେ ତାଙ୍କର ମ୍ୟୁଜିକ ପ୍ରତି ଥିବା ଭଲ ପାଇବାକୁ କେବେ ଛାଡ଼ି ନାହାନ୍ତି । ଯାହା ତାଙ୍କୁ ଆଜି ପଞ୍ଚାବୀ ଇଣ୍ଟଷ୍ଟ୍ରୀର ସୁପରଷ୍ଟାର ଭାବେ ପରିଚିତ ପାଇଛନ୍ତି ।

ଗ୍ରିପି ଗ୍ରିୱାଲ ଆଲବମରୁ ତାଙ୍କର କ୍ୟାରିୟର୍ ଆରମ୍ଭ କରିଥିଲେ । ଯାହା ହିଟ୍ ମଧ୍ୟ ହୋଇଥିଲା । ଏହାପରେ ସେ ୨୦୧୦ ମସିହାରେ ପଞ୍ଜାମୀ ଫିଲ୍ମ ‘ମେଲ କରାଡେ ରବା’ରେ ଅଭିନୟ କରିଥିଲେ । ୨୦୧୨ରେ ‘କ୍ୟାରି ଅନ୍ ଜଟ୍ଟା’ ଫିଲ୍ମର ନିର୍ମାଣ କରିଥିଲେ । ତାହା ହିଟ୍ ହୋଇଥିଲା । ୨୦୧୮ରେ ‘କ୍ୟାରି ଅନ୍ ଜଟ୍ଟା ୨’ ଏବଂ ୨୦୨୩ରେ ‘କ୍ୟାରି ଅନ୍ ଜଟ୍ଟା ୩’ ଫିଲ୍ମ ରିଲିଜ୍ ହୋଇଥିଲା । ଯାହା ଦର୍ଶକ ବେଶ୍ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.