Latest Odisha News

BREAKING NEWS

ବଢିଲା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ, ସମନ ଜାରି କଲା ଇଡି

ଭଦ୍ରକ: ବଢିଲା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡି ସମନ । ବାରପଦା ଇଞ୍ଜିନିୟରିଂ କଲେଜ ଜମି କେଳେଙ୍କାରୀ ମାମଲାରେ ଇଡି ସମନ ଜାରି କରିଛି । ବିଧାୟକ ପ୍ରଫୁଲ୍ଲଙ୍କ ସହ ପୁଅ ପ୍ରୟାସକାନ୍ତିଙ୍କୁ ମଧ୍ୟ ଇଡି ସମନ ପଠାଇଛି । ଡକ୍ୟମେଣ୍ଟ ସହ ହାଜର ହେବାକୁ ସମନ କଲା ଇଡି ।

ଖବର ଅନୁଯାୟୀ, ଗତ ଫେବୃଆରୀ ୧୫ ତାରିଖରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସ ଭବନ ସମେତ ୧୦ଟି ସ୍ଥାନରେ ଚଢାଉ କରିଥିଲା ଇଡି । ଭଦ୍ରକ ସହରର ୪ଟି ଓ ଭୁବନେଶ୍ୱରର ୬ଟି ସ୍ଥାନରେ ଇଡି ରେଡ୍‌ କରିଥିଲା । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଏହି ରେଡ୍ ଚାଲିଥିଲା । ଏହାସହ ବରପଦା ଇଞ୍ଜିନିୟରିଙ୍ଗ କଲେଜ ସମେତ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍ ହୋଇଥିଲା । ସେହିପରି ଗତକାଲି ପ୍ରଫୁଲ୍ଲଙ୍କଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ମଧ୍ୟ ଚଢାଉ କରିଥିଲା ଇଡି । ଚଢାଉ ବେଳେ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍‌ ଜବତ କରିଥିଲା ଇଡି । କିନ୍ତୁ ଉକ୍ତ କାରଟି ପ୍ରୟାସକାନ୍ତିଙ୍କ ନାଁ ରେ ରେଜିଷ୍ଟ୍ରେସନ ହୋଇନଥିବା ବେଳେ ଜାବତ କାରଟି ବିଲଡର ସଂସ୍ଥା ନାଁରେ ରହିଥିବା ଜଣାପଡିଥିଲା । ଏନେଇ ଛାନଭିନ୍ ଆରମ୍ଭ ହୋଇଥିଲା ବେଳେ ଆଜି ଇଡି ଉଭୟ ବାପ ପୁଅଙ୍କୁ ସମନ ପଠାଇଛି ।

ସୂଚନାଯୋଗ୍ୟ ଯେ, ପ୍ରଫୁଲ୍ଲ ସାମଲ ମନ୍ତ୍ରୀ ଥିବାବେଳେ ବାରିପଦା ଇଞ୍ଜିନିୟରିଙ୍ଗ କଲେଜରେ ୨୦ କୋଟିରୁ ଅଧିକ ମୂଲ୍ୟର ଏକ ଜମି କେଳେଙ୍କାରୀ ହୋଇଥିଲା । ଇଞ୍ଜିନିୟରିଙ୍ଗ କଲେଜକୁ ଜମି ଦେବା ଘଟଣାରେ ଜାଲିଆତି ହୋଇଥିବା ନେଇ ସେ ସମୟରେ ପୋଲିସରେ ଅଭିଯୋଗ ହୋଇଥିଲା । କିନ୍ତୁ ଅଭିଯୋଗ ପରେ ମଧ୍ୟ କୌଣସି ତଦନ୍ତ ହୋଇନଥବା ଅଭିଯୋଗ ହୋଇଥିଲା । ପରେ ଏହି ମାମଲା ଇଡି ହାତକୁ ଆସିଥିଲା । ତେବେ ସେହି ମାମଲାକୁ ନେଇଏବେ ଇଡି ଖୋଳତାଡ ଆରମ୍ଭ କରିଛି ।

 

Leave A Reply

Your email address will not be published.