Latest Odisha News

BREAKING NEWS

ଅଡ଼ୁଆରେ ଅଭିନେତ୍ରୀ ରିୟା, କଟକକୁ ସ୍ଥାନାନ୍ତର ହେଲା ନିର୍ଯାତନା ମାମଲା

କଟକ: କଟକ ସ୍ଥାନାନ୍ତର ହେଲା ଅଭିନେତ୍ରୀ ରିୟା ଦେଙ୍କ ନାଁରେ ଥିବା ମାମଲା । ଚନ୍ଦ୍ରଶେଖରପୁର ଥାନାରେ ଦାୟର ହୋଇଥିବା ମାମଲା ବିଡ଼ାନାସୀ ଥାନାକୁ ସ୍ଥାନାନ୍ତର କରାଯାଇଛି। ୨ ଦିନ ତଳେ ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେଉଥିବା ନେଇ ଅଭିନେତ୍ରୀଙ୍କ ନାମରେ ଅଭିଯୋଗ ହୋଇଥିଲା।

ସୂଚନା ଅନୁସାରେ, ଓଲିଉଡ ଅଭିନେତ୍ରୀ ରିୟା ଦେ ଓ ତାଙ୍କ ସ୍ୱାମୀଙ୍କ ନାଁରେ ଜୁଲାଇ ୯ ତାରିଖରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ଜଣେ ମହିଳା। ରିୟାଙ୍କ ଘରେ ଅଭିଯୋଗକାରିଣୀ କେୟାରଟେକର ଭାବେ କାମ କରୁଥିବା ଦାବି କରିଥିଲେ। ମହିଳା ଜଣଙ୍କ ଅଭିଯୋଗ କରିଥିଲେ ଯେ, ତାଙ୍କୁ ଘରେ ଚାବି ପକାଇ ରଖୁଥିଲେ ଅଭିନେତ୍ରୀ ରିୟା। କିନ୍ତୁ କୌଶଳକ୍ରମେ ସେ ସେଠାରୁ ଖସି ଆସି ଥାନାର ଦ୍ବାରସ୍ଥ ହୋଇଥିଲେ।

ଏପରିକି ରିୟାଙ୍କ ସ୍ୱାମୀ ତାଙ୍କୁ ବିୟର ବୋତଲରେ ମାଡ଼ ମାରିବା ଭଳି କାମ କରିଛନ୍ତି ବୋଲି ମଧ୍ୟ କହିଥିଲେ ମହିଳା ଜଣଙ୍କ। ରିୟା ଏବଂ ତାଙ୍କ ସ୍ଵାମୀ ମହିଳାଙ୍କୁ ବାରମ୍ବାର ଘରେ ବନ୍ଦ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ମହିଳାଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେପଟେ ଏନେଇ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ୱାମୀଙ୍କର କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ଆଜି ମାମଲାକୁ କଟକ ସ୍ଥାନାନ୍ତର କରାଯାଇଛି।

Comments are closed.