Latest Odisha News

BREAKING NEWS

ଔରଙ୍ଗଜେବଙ୍କୁ ପ୍ରଶଂସା କରିବା ପଡିଲା ମହଙ୍ଗା, ହ୍ଵାଟ୍ସଆପ ଷ୍ଟାଟସ ରଖିବାରୁ ମାମଲା

ମୁମ୍ବାଇ: ମୋଗଲ ଶାସକ ଔରଙ୍ଗଜେବଙ୍କୁ ପ୍ରଶଂସା କରି ଅଡୁଆରେ ପଡିଲେ ଯୁବକ । ଔରଙ୍ଗଜେବଙ୍କୁ ପ୍ରଶଂସା କରି ହ୍ଵାଟ୍ସଆପ ଷ୍ଟାଟସରେ ଲିଖିତ ପୋଷ୍ଟ ପାଇଁ ତାଙ୍କ ନାମରେ ଏବେ ମାମଲା ରୁଜୁ କରାଯାଇଛି । ମହାରାଷ୍ଟ୍ରର କୋହ୍ଲାପୁରରେ ଏଭଳି ଘଟଣା ଘଟିଛି । ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଔରଙ୍ଗଜେବଙ୍କୁ ପ୍ରଶଂସା କରି ହ୍ଵାଟ୍ସଆପ ଷ୍ଟାଟସରେ ଲେଖାଯାଇଥିବାରୁ ଧାରା ୨୯୫(କୌଣସି ଧର୍ମକୁ ଅପମାନ କରିବା) ଅନୁଯାୟୀ ମାମଲା ରୁଜୁ କରାଯାଇଛି । ସୂଚନା ମୁତାବକ ଏହି ବ୍ୟକ୍ତି ଜଣକ ନିଜ ହ୍ଵାଟ୍ସଆପର ଷ୍ଟାଟସରେ ଔରଙ୍ଗଜେବଙ୍କୁ ପ୍ରଶଂସା କରିବା ସହ ହିନ୍ଦୁ ସମ୍ପ୍ରଦାୟ ବିରୋଧୀ ତଥ୍ୟ ଲେଖିଥିଲା ।

ଅଭିଯୁକ୍ତ ମହମ୍ମଦ ମୋମିମ ନିକଟରେ ମୋଗଲ ଶାସକ ଔରଙ୍ଗଜେବଙ୍କ ବାବଦରେ ଲେଖିବା ସହ ଔରଙ୍ଗାବାଦ ସହରର ନାମ ପରିବର୍ତ୍ତନକୁ ବିରୋଧ କରିଥିଲା । ମାର୍ଚ୍ଚ ୧୬ରେ ଏହି ଘଟଣା ସାମ୍ନାକୁ ଆସିଥିବାବେଳେ ହିନ୍ଦୁ ସଂଗଠନ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଥିଲା । କେବଳ ଏତିକି ନୁହେଁ, ବରଂ ହିନ୍ଦୁ ସଂଗଠନ ପକ୍ଷରୁ ଯୁବକଙ୍କୁ ଗିରଫ କରିବା ସହ ଧାରଣା ଦେଇଥିଲେ । ଏହା ପରେ ପୁଲିସ ପକ୍ଷରୁ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.