Latest Odisha News

BREAKING NEWS

ବର୍ଷକୁ ଥରେ ଉଲଗ୍ନ ହୋଇ ପ୍ରଜାଙ୍କ ସାମ୍ନାକୁ ଆସୁଥିଲେ ଏହି ମହାରାଜା

ଚଣ୍ଡୀଗଡ଼: ପ୍ରଜାଙ୍କ ସାମ୍ନାକୁ ଉଲଗ୍ନ ହୋଇ ଆସୁଥିଲେ ମହାରାଜା । କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ରାଜାଙ୍କ ବାବଦରେ କହିବାକୁ ଯାଉଛୁ ଯିଏ, ଏଭଳି ଏକ ଅନ୍ଧବିଶ୍ୱାସରେ ବିଶ୍ୱାସ କରୁଥିଲେ ଓ ବର୍ଷକୁ ଥରେ ପ୍ରଜାଙ୍କ ସାମ୍ନାକୁ ଉଲଗ୍ନ ହୋଇ ଆସୁଥିଲେ । ଏହି ମହାରାଜାଙ୍କ ନାମ ହେଉଛି ଭୁପେନ୍ଦ୍ର ସିଂହ । ପଞ୍ଜାବ ପଟିଆଲାର ମହାରାଜା ଭୁପେନ୍ଦ୍ର ସିଂହ ୧୮୯୧ ମସିହାରୁ ୧୯୩୮ ମସିହା ଯାଏଁ ଶାସନ କରୁଥିବାବେଳେ ସେ ଏଭଳି ଅଜବ କାରନାମା କରୁଥିଲେ । ପଟିଆଲା ରାଜାଙ୍କ ପାଖରେ ହୀରା ଅଳଙ୍କାରର ଏକ ବଡ ଭଣ୍ଡାର ଥିଲା ।

ଆଉ ଯେତେବେଳେ ସେ ଲୋକଙ୍କ ସାମ୍ନାକୁ ଉଲଗ୍ନ ହୋଇ ଆସୁଥିଲେ ସେତେବେଳେ ୧୦୦୧ଟି ହୀରା ଖଚିତ ଏକ କବଚ ହିଁ ପିଂଧିକି ଆସୁଥିଲେ ଓ ଦେହରେ କୌଣସି ବସ୍ତ୍ର ରହୁନଥିଲା । ବର୍ଷକୁ ଥରେ ସେ ପ୍ରଜାଙ୍କ ସାମ୍ନାକୁ କେବଳ ଏହି କବଚ ପିନ୍ଧି ପ୍ରଜାଙ୍କ ସାମ୍ନାକୁ ଆସୁଥିଲେ ଓ ଲୋକମାନେ ଖୁସିରେ ତାଳି ବଜାଉଥିଲେ । ତେବେ ଏକଥା ଆମେ କହୁନାହୁଁ । ବରଂ ଡୋମିନିକ ଲାପିଆର ଓ ଲେରୀ କଲିନ୍ସଙ୍କ ଲିଖିତ ପୁସ୍ତକ ‘ଫ୍ରିଡମ ଆଟ ମିଡ଼ନାଇଟ’ରେ ଏବାବଦରେ ଉଲ୍ଲେଖ ଅଛି । ପୁସ୍ତକରେ ଉଲ୍ଲେଖ ଅଛି ଯେ ଏହି ମହାରାଜା ବିଶ୍ୱାସ କରୁଥିଲେ ଯେ ସେ ଏଭଳି କରିବା ଦ୍ୱାରା ରାଜ୍ୟରେ ଥିବା ସମସ୍ତ ଭୁତ-ପ୍ରେତଙ୍କୁ ତଡ଼ିଦେଇପାରୁଥିଲେ । କାମନାବାସନା ପ୍ରତି ଅତ୍ୟଧିକ ମୋହ ଥିବା ଏହି ମହାରାଜା ଜଣକ ମାତ୍ର ୯ ବର୍ଷ ବୟସରେ ସିଂହାସନରେ ବସିଥିଲେ ।

Leave A Reply

Your email address will not be published.