ମୁମ୍ବାଇ: ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ଗୁରୁବାର ଦିନ ସେପ୍ଟେମ୍ବର ୨୦୦୮ରେ ଘଟିଥିବା ମାଲେଗାଓଁ ବିସ୍ଫୋରଣ ମାମଲାରେ ପୂର୍ବତନ ବିଜେପି ସାଂସଦ ତଥା ସାଧ୍ଵି ପ୍ରଜ୍ଞା ସିଂହ ଠାକୁର ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ଏହି ବିସ୍ଫୋରଣ ମାମଲାରେ ଛଅ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ଅନ୍ୟ ୧୦୧ ଜଣ ଆହତ ହୋଇଥିଲେ। ସୂଚନା ଅନୁଯାୟୀ, ସେମାନଙ୍କ ଉପରେ ଲାଗିଥିବା ଦେଶଦ୍ରୋହ, ଆର୍ମସ ଆକ୍ଟ ଓ ଅନ୍ୟ ମାମଲା ଗୁଡ଼ିକ ପ୍ରମାଣିତ ହୋଇପାରିନଥିଲା।
ତେବେ ପୀଡିତ ପରିବାରର ଓକିଲ ଆଡଭୋକେଟ୍ ସାହିଦ ନଦୀମ କହିଛନ୍ତି ଯେ କୋର୍ଟ ଦ୍ୱାରା ବୋମା ବିସ୍ଫୋରଣ ସ୍ପଷ୍ଟ କରାଯାଇଛି। ଆମେ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବୁ। ଆମେ ସ୍ୱାଧୀନ ଭାବରେ ଏକ ଆବେଦନ ଦାଖଲ କରିବୁ।
ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରଜ୍ଞା ଠାକୁର କାନ୍ଦି କାନ୍ଦି ପ୍ରତିକ୍ରିୟା ଦେଇଛନ୍ତି। ପ୍ରଜ୍ଞା କହିଛନ୍ତି ଯେ ଗତ ୧୭ବର୍ଷ ମଧ୍ୟରେ ମୋର ଜୀବନ ନଷ୍ଟ ହୋଇଗଲା। ମୁଁ ଜଣେ ସନ୍ୟାସୀ। ଏକ ଷଡଯନ୍ତ୍ର ଅଧୀନରେ ବଦନାମ କରାଯାଇଛି। ଯେଉଁମାନେ ଦୋଷୀ ସେମାନଙ୍କୁ ଭଗବାନ ଦଣ୍ଡ ଦିଅନ୍ତୁ।
ସେପ୍ଟେମ୍ବର ୨୯, ୨୦୦୮ରେ ମୁମ୍ବାଇରୁ ପ୍ରାୟ ୨୦୦ କିଲୋମିଟର ଦୂର ମାଲେଗାଓଁ ସହରରେ ଏକ ମସଜିଦ ନିକଟରେ ଏକ ମୋଟରସାଇକେଲରେ ବୋମା ବିସ୍ଫୋରଣ ହେବାରୁ ଛଅ ଜଣ ପ୍ରାଣ ହରାଇଥିଲେ। ବିସ୍ଫୋରଣରେ ୧୦୦ରୁ ଅଧିକ ଆହତ ହୋଇଛନ୍ତି।
Comments are closed.