Latest Odisha News

ସଲମାନ ଖୂର୍ଶୀଦଙ୍କ ନୂଆ ପୁସ୍ତକକୁ ନେଇ ବଢୁଛି ବିବାଦ; ଅନେକ ସହରରେ ମାମଲା ରୁଜୁ

ନୂଆଦିଲଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୂର୍ଶୀଦଙ୍କର ନିକଟରେ ପ୍ରକାଶିତ ପୁସ୍ତକକୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ପୁସ୍ତକ ସମ୍ପର୍କରେ ଜୟପୁର କୋଟୱାଲୀ ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା।

ଓକିଲ ଭରତ ଶର୍ମା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଖୂର୍ଶୀଦଙ୍କର ପୁସ୍ତକ ଧାର୍ମିକ ଭାବନାକୁ ଆଘାତ କରୁଛି। ଦେଶର ଅନେକ ସ୍ଥାନରେ ସଲମାନ ଖୂର୍ଶୀଦଙ୍କର ପୁସ୍ତକ ‘ସନ୍‌ରାଇଜ୍‌ ଓଭର୍‌ ଅଯୋଧ୍ୟା, ନେସନ୍‌ହୁଡ୍‌ ଇନ୍‌ ଆୱାର ଟାଇମ୍ସ’କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି।

ଆଡଭୋକେଟ୍ ଶର୍ମା କହିଛନ୍ତି ଯେ ସେ ଏକ ଖବରକାଗଜ ଜରିଆରେ ସୂଚନା ପାଇଛନ୍ତି ଯେ ସଲମାନ ଖୂର୍ଶୀଦଙ୍କ ପୁସ୍ତକରେ ହିନ୍ଦୁତ୍ୱକୁ ଆଇଏସ୍ ଏବଂ ବୋକୋ ହରାମ ସହିତ ତୁଳନା କରିଛନ୍ତି। ଶର୍ମା କହିଛନ୍ତି ଯେ ଏଭଳି ତୁଳନା ଆପତ୍ତିଜନକ। ଏହା ମୋର ଧାର୍ମିକ ଭାବନାକୁ ଆଘାତ ଦେଇଛି। ଏହି କାରଣରୁ ମୁଁ କୋଟୱାଲୀ ପୋଲିସ ଷ୍ଟେସନରେ ଅଭିଯୋଗ କରି ଏଫ୍ଆଇଆର୍ ଦାବି କରିଛି।

ଏହାପୂର୍ବରୁ ଗୁରୁବାର ଦିନ ବିଜେପି ନେତା ରାମ କଦମ ମଧ୍ୟ ଏହି ପୁସ୍ତକକୁ ନେଇ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମୁମ୍ବାଇର ଘାଟକୋପର ପୋଲିସ ଷ୍ଟେସନରେ ଦାଖଲ କରାଯାଇଛି। ଏହା ବ୍ୟତୀତ ଦିଲ୍ଲୀର ଦୁଇ ଓକିଲ ହିନ୍ଦୁତ୍ୱଙ୍କୁ ଆତଙ୍କବାଦ ସହ ତୁଳନା କରି ଦିଲ୍ଲୀ ପୋଲିସ ଖୂର୍ଶୀଦଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରିଛନ୍ତି।

Leave A Reply

Your email address will not be published.