Latest Odisha News

ହାତୀ ଭାଙ୍ଗିଦେଲା ଘର କାନ୍ଥ, ୭ ବର୍ଷର ଶିଶୁ ମୃତ

କାମାକ୍ଷାନଗର: ହାତୀ ଭାଙ୍ଗି ଦେଲା ଘର କାନ୍ଥ । ଶୋଇଥିବା ବେଳେ କାନ୍ଥ ପଡ଼ି ଜଣେ ୭ ବର୍ଷ ଶିଶୁର ଜୀବନ ଯାଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନର ଝାଟିକିପଶି ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଗାଁର ବିନୋଦ ମହାନ୍ତଙ୍କ ପୁଅ ନାରାୟଣ ମହନ୍ତ । କାମାକ୍ଷାନଗର ମେଡ଼ିକାଲରେ ତାଙ୍କର ମୃତ୍ୟୁ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ଏକ ୯ ଟିକିଆ ହାତୀ ପଲ ଝାଟିକିପଶି ଗାଁରେ ଉପଦ୍ରବ କରିଥିଲେ । ବିନୋଦ ମହାନ୍ତ ଘର ଭାଙ୍ଗି ଦେଇଥିଲେ ହାତୀପଲ । ମାଟି କାନ୍ଥ ନାରାୟଣହଙ୍କ ଉପରେ ଖସି ପଡ଼ିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Leave A Reply

Your email address will not be published.