Latest Odisha News

BREAKING NEWS

ଏଣିକି ଭିକାରୀକୁ ଭିକ ଦେଲେ ଯିବେ ଜେଲ୍…

ଇନ୍ଦୋର: ଏଣିକି ଭିକାରୀକୁ ଭିକ ଦେବା ପଡିବ ମହଙ୍ଗା । ଯେଉଁମାନେ ଭିକାରୀଙ୍କୁ ଟଙ୍କା ଦେବେ ସେମାନଙ୍କୁ ଜେଲ୍ ଯିବାକୁ ପଡିବ । ଏମିତି କିଛି କଡା ଆଇନ ଆଣୁଛନ୍ତି ସରକାର । ଯାହା ନୂଆବର୍ଷ ଅର୍ଥାତ୍ ଜାନୁଆରୀ ପହିଲାରୁ ଲାଗୁ ହେବାକୁ ଯାଉଛି । ନୂଆବର୍ଷ ଠାରୁ ଯଦି ଭିକାରୀଙ୍କୁ କେହି ବି ଭିକ ଦିଅନ୍ତି ତେବେ ସେମାନଙ୍କ ନାଁରେ ମାମଲା ରୁଜ୍ଜୁ କରାଯିବ ।

ତେବେ ଦେଶର ସବୁଠାରୁ ସ୍ବଚ୍ଛ ସହର ଇନ୍ଦୋରରେ ଏବେ ଭିକାରୀ ମୁକ୍ତ ହେବା ପାଇଁ ନୂଆ ନିୟମ ଆଣିବାକୁ ଯାଉଛି । ଜାନୁଆରୀ ୧ ଠାରୁ ପୂରା ସହରରେ ଭିକ ଦେବାକୁ ବ୍ୟାନ୍ କରାଯିବ । ଯଦି କେହି ଭିକାରୀକୁ ଟଙ୍କା ଦେଉଥିବା ଜଣାପଡେ ତାହେଲେ ପ୍ରଶାସନ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିବ । ଏହାସହିତ ତାଙ୍କୁ ଜେଲ ବି ଯିବାକୁ ପଡିପାରେ ।

ଏନେଇ ସେଠିକା ଜିଲ୍ଲାପ୍ରଶାସନଙ୍କ କହିବା କଥା, ଇନ୍ଦୋରରେ ଭିକ ମାଗିବା ସମୂର୍ଣ୍ଣ ବ୍ୟାନ୍ କରାଯାଇଛି । ଭିକ ମାଜିବା ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଚଳିତ ମାସ ଶେଷ ଯାଏଁ ଚାଲିବ । ଏହି ନିୟମକୁ ଜାନୁଆରୀ ୧ରୁ କଡାକଡି କରାଯିବ ।  ଏହାପରେ କେହି ବି ଭିକ ଦେବାର ନଜର ଆସିଲେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବ ।

ତେବେ କହିରଖୁଛୁ, ଭିକାରୀମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଉପଯୁକ୍ତ କେନ୍ଦ୍ରରେ ରଖିବା ପାଇଁ କେନ୍ଦ୍ର ସରକାର ଅଭିଯାନ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଇନ୍ଦୋର, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ପାଟନା ଓ ଅହମଦାବାଦକୁ ଭିକାରୀ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହିକ୍ରମରେ ଇନ୍ଦୋର ପ୍ରଶାସନ ଜାନୁଆରୀ ୧ରୁ ନୂଆ ନିୟମ ପ୍ରଣୟନ କରିବାକୁ ଯାଉଛି।

Leave A Reply

Your email address will not be published.