ନୂଆଦିଲ୍ଲୀ:କ୍ୟାଶ ଫର କୋରି ମାମଲାରେ ପାର୍ଲାମେଣ୍ଟରେ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସଦସ୍ୟତା ରଦ୍ଦ ହୋଇ ଯାଇଛି । ଏ ନେଇ ଲୋକସଭାରେ ଏକ ପ୍ରସ୍ତାବ ପାସ ହୋଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମହୁଆଙ୍କୁ ବହିଷ୍କାର ପାଇଁ ପ୍ରସ୍ତାବ ଦେଇଥିଲେ । ଏହାକୁ ଗୃହରେ ଧ୍ୱନିମତରେ ମଞ୍ଜୁରୀ ଦେଇଥିଲେ ।
ଏହାକୁ ନେଇ ବିରୋଧୀ ଜୋରଦାର ହଙ୍ଗାମା କରିବା ସହ କକ୍ଷତ୍ୟାଗ କରିଥିଲେ । କକ୍ଷତ୍ୟାଗ କରିଥିବା ସାଂସଦଙ୍କ ମଧ୍ୟରେ ସୋନିଆ ଗାନ୍ଧି ମଧ୍ୟ ଥିଲେ ।
ଏହା ପୂର୍ବରୁ ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ଉପରେ ଅଧଘଣ୍ଟାଏ ଧରି ଆଲୋଚନା ହୋଇଥିଲା । ଏହା ଉପରେ ସ୍ପିକର ଓମ ବିର୍ଲା ମହୁଆଙ୍କୁ କହିବାର ସୁଯୋଗ ଦେଇ ନ ଥିଲେ । ସେ କହିଥିଲେ, ମହୁଆ କମିଟି ସାମ୍ନାରେ ନିଜ ମତ ରଖି ସାରିଛନ୍ତି ।
ସଦସ୍ୟତା ପଦ ରଦ୍ଦ ହେବା ପରେ ମୁହଁ ଖୋଲିଛନ୍ତି ମହୁଆ । କହିଛନ୍ତି,‘ମୁଁ ସଂସଦରେ ଅଦାନୀ ପ୍ରସଙ୍ଗ ଉଠାଇଥିଲି । ତେଣୁ ମୋର ସଦସ୍ୟତା ରଦ୍ଦ କରାଗଲା । ଏଥିକ୍ସ କମିଟି ପାଖରେ ମୋ ବିରୋଧରେ କିଛି ବି ପ୍ରସଙ୍ଗ ନ ଥିଲା କି କିଛି ପ୍ରମାଣ ବି ନ ଥିଲା । କେବଳ ଗୋଟିଏ ଅଭିଯୋଗ ଥିଲା ଯେ, ଅଦାନୀ ପ୍ରସଙ୍ଗ ।’
Comments are closed.