Latest Odisha News

BREAKING NEWS

ଔଷଧର ବ୍ୟବହାର ଚାଇନା ପାଇଁ ଆଣୁଛି କି କରୋନା ପରି ବିପଦ, ରହସ୍ୟମୟୀ ନିମୋନିଆକୁ ନେଇ ହେଲା ବଡ ଖୁଲାସା…

ନୂଆଦିଲ୍ଲୀ: ଫୁସଫୁସ ଫୁଲିବା, ନିଶ୍ଵାସ ନେବାରେ ଅସୁବିଧା ଭୋଗିବା, କାଶ, ଥଣ୍ଡା, ଜ୍ଵର…ଚିନ୍ର ଉତ୍ତରପୂର୍ବ ଅଞ୍ଚଳର ଲିୟାଓନିଙ୍ଗ ଅଞ୍ଚଳରେ ଥିବା ଅନେକ ଶିଶୁମାନଙ୍କ ମଧ୍ୟରେ ଏକ ରହସ୍ୟମୟୀ ରୋଗର ଏପରି ଅନେକ ଲକ୍ଷଣ ବ୍ୟାପିବାରେ ଲାଗିଛି । ପରିସ୍ଥିତି ଏପରି ଜଟିଳ ହେଲାଣି ଯେ ଡାକ୍ତରଖାନାରେ ବେଡ୍ ମିଳିବା ମୁସ୍କିଲ ହୋଇପଡିଲାଣି । ଯଦି ବିଦ୍ୟାଳୟର କୌଣସି ପିଲା ଦେହରେ ଏପରି ଲକ୍ଷଣ ଦେଖାଯାଉଛି ତେବେ ପୁରା ବିଦ୍ୟାଳୟକୁ ବନ୍ଦ କରିଦିଆଯାଉଛି ।

ପରିସ୍ଥିତି ଏପରି ଜଟିଳ ଆଡକୁ ଗତି କଲାଣି ଯେ ବର୍ତ୍ତମାନ ପାଇଁ ଅନେକ ସ୍କୁଲକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଚାଇନାର ଯେଉଁ ଅଞ୍ଚଳରେ ଏହି ରହସ୍ୟମୟ ରୋଗ ଦେଖାଦେଇଛି ତାହା ରାଜଧାନୀ ବେଜିଙ୍ଗ ଠାରୁ ପ୍ରାୟ ୭୦୦ କିମି ଦୁରରେ ଅବସ୍ଥିତ । ଏପରି କିଛି ମାମଲା ରାଜଧାନୀ ବେଜିଙ୍ଗରେ ଦେଖାଯାଇଥିଲେ ମଧ୍ୟ ଲିୟାଓନିଙ୍ଗ ଏହି ରୋଗରେ ବେଶୀ ପ୍ରଭାବିତ ହୋଇଛି । ଚାଇନାରେ ବର୍ତ୍ତମାନ ଭୟଙ୍କର ସ୍ଥିତି, ଡାକ୍ତରଖାନାର କିଛି ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରୁ ସେଠିକାର ସ୍ଥିତି କେତେ ଗମ୍ବିର ତାରା ଅନୁମାନ କରାଯାଇ ପାରୁଛି । ଏହାରି ଭିତରେ ପୁଣି ଥରେ କରୋନା ପରି ଏକ ରୋଗ ମୁଣ୍ଡ ଟେକି ଠିଆ ହେବା ନେଇ ଲୋକଙ୍କ ମନରେ ଭୟ ପଶିଛି ।

ଚାଇନାର ଲୋକମାନେ ଏବେ ଏହି ରହସ୍ୟମୟ ରୋଗ କବଳରେ । ଏହାକୁ ଅନେକ ମାତ୍ରାରେ ନିମୋନିଆର ଲକ୍ଷଣ ସହ ମିଶୁଥିବା କୁହାଯାଉଛି । ଏହି ରୋଗ ସାଧାରଣତଃ ପିଲା ମାନଙ୍କ ଦେହରେ ଦେଖାଯାଉଛି । ବହୁତ ଦୃତ ଗତିରେ ମାଡି ଚାଲିଥିବା ଏହି ରୋଗ ପୁଣି ଥରେ କେଉଁ ମହାମାରୀର ରୁପ ନ ନେବ ତାହା ଏବେ ଆଶଙ୍କା ଭିତରେ । କାରଣ ଯେଭଳି ପରିସ୍ଥିତି ଏବେ ଚାଇନାର ଲିୟାଓନିଙ୍ଗରେ ଦେଖାଯାଉଛି ଏପରି ଏକ ସ୍ଥିତି ୨୦୧୯ରେ ଉହାନ ସହରରେ ଦେଖାଦେଇଥିଲା । ସେତେବଳେ କରୋନା ନାମକ ଏକ ମହାମାରୀ ଜନ୍ମ ନେଇ ସାରା ବିଶ୍ଵକୁ କବଳିତ କରିଥିଲା ।

ତେବେ ଇଣ୍ଟରନ୍ୟାସନାଲ ମେଡିକାଲ ଜର୍ଣ୍ଣାଲ ଲାନସେଟ୍ ଏକ ରିପୋର୍ଟରେ କହିଛି କି ଚାଇନିଜ୍ ନିମୋନିଆର କେସ୍ ଭାରତରେ ବି ମିଳିଛି । ଋିପୋର୍ଟରେ କୁହାଯାଇଛି ସେପ୍ଟେମ୍ବର ୨୦୨୨ରୁ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ଭାରତରେ ପ୍ରାୟ ୭ ୱାକିଂ ନିମୋନିଆ କେସ୍ ମିଳିଛି । ତେବେ ଏହି ତଥ୍ୟ ଅଲଗା ଅଲଗା ସାମ୍ପଲ ଯାଞ୍ଚ କରିବା ପରେ ସାମ୍ନାକୁ ଆସିଛି । ଏହି ଖବର ସାମ୍ନାକୁ ଆସିବା ପରେ ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ମିଡିଆରେ ଯେଉଁ ବି ରିପୋର୍ଟ ଦେଖାଯାଉଛି ତାହା ସଠିକ୍ ନୁହେଁ । ସରକାରଙ୍କ ପକ୍ଷରୁ କୁହାଯାଇଛି ଦିଲ୍ଲୀ ଏମ୍ସରୁ ମିଳିଥିବା ବ୍ୟାକ୍ଟେରିଆଲ କେସ୍ ଓ ଚୀନରେ ବ୍ୟାପୁଥିବା ନିମୋନିଆ ମଧ୍ୟରେ କୌଣସି ସଂପର୍କ ନାହିଁ ।

Leave A Reply

Your email address will not be published.