Latest Odisha News

BREAKING NEWS

ଭୁବନେଶ୍ୱରରେ ଏଟିଏମ୍ ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ଇନଫୋସିଟି ଥାନା ଅନ୍ତର୍ଗତ ପଟିଆ ରେଳ ଷ୍ଟେସନ୍ ନିକଟରେ ଥିବା ଏକ ଏଟିଏମକୁ କିଛି ଦୁର୍ବୃତ୍ତ ଲୁଟ୍ କରିଥିବା ଘଟଣା ନଜରକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ କିଛି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନବି) ଏଟିଏମ୍ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ପରବର୍ତ୍ତୀ ସମୟରେ ଦୁର୍ବୃତ୍ତମାନେ ଗ୍ୟାସ୍ କଟରରେ ଏଟିଏମକୁ କାଟି ପାଖାପାଖି ୨୭ ଲକ୍ଷ ଟଙ୍କା ଲୁଟ୍ କରିଥିଲେ ।

ଅନ୍ୟପକ୍ଷରେ ଆଜି ସକାଳେ କିଛି ଲୋକ ଏଟିଏମରେ ଚୋରୀ ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ଯାହା ପରେ ପୋଲିସକୁ ଖବର ଦିଆଯାଇଥିଲା ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.