Latest Odisha News

BREAKING NEWS

କଟକର ପାନ ଦୋକାନୀ ପାଳିଲେ ବିଗ୍ ବି’ଙ୍କ ବାର୍ଥ ଡେ’

କଟକ: ଆଜି ହେଉଛି ବଲିଉଡର ସହେନ୍‌ସା ବିଗ୍ ବିଙ୍କ ଜନ୍ମ ଦିନ । ୭୮ରେ ପାଦ ରଖିଛନ୍ତି ଅମିତାଭ ବଚ୍ଚନ । ତେବେ ତାଙ୍କ ଜନ୍ମ ଦିନକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ତାଙ୍କର ଜଣେ ବଡ ଫ୍ୟାନ୍ ।

କଟର ବାଦାମବାଡି ଅଂଚଳର ପାନ ଦୋକାନୀ ଧନେଶ୍ୱର ଅମିତାଭଙ୍କ ଜନ୍ମ ଦିବସକୁ ଧୁମଧାମରେ ପାଳନ କରିଛନ୍ତି । ପୁରା ଅଂଚଳକୁ ବେଲୁନ୍‌ରେ ସୁସଜ୍ଜିତ କରିଛନ୍ତି ଧନେଶ୍ୱର । କେବଳ ସେତିକି ନୁହେଁ କେକ୍ କାଟିବା ସହ ଅମିତାଭ ବଚ୍ଚନଙ୍କ ଏକ ବଡ ଫଟୋ ମଧ୍ୟ ଲାଗଇଛନ୍ତି ।

ପ୍ରତିବର୍ଷ ଧନେଶ୍ୱର ଅମିତାଭଙ୍କ ଜନ୍ମ ଦିନ ଧୁମଧାମରେ ପାଳନ କରନ୍ତି । ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଏହା ଟିକେ ଫିକା ପଡିିଛି । ପେଷାରେ ପାନ ଦୋକାନୀ ହେଲେ ବି ଧନେଶ୍ୱରଙ୍କ ନିଶା ଅମିତାଭଙ୍କ ପ୍ରତ୍ୟେକଟି ଫିଲ୍ମ ଦେଖିବା । ସେ ବିଗ୍ ବିଙ୍କ ଗୋଟିଏ ବି ଫିଲ୍ମକୁ ମିଶ୍ କରନ୍ତି ନାହିଁ ।

Leave A Reply

Your email address will not be published.