Latest Odisha News

BREAKING NEWS

ରାଜଧାନୀରେ ଏଟିଏମ୍ ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀର ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିକଟରେ ଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଏକ ଏଟିଏମକୁ ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲୁଟ୍ କରିଥିବା ଘଟଣା ନଜରକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କିଛି ବ୍ୟକ୍ତି ଟଙ୍କା ଉଠାଇବା ପାଇଁ କାଉଣ୍ଟରକୁ ଆସିଥିବାବେଳେ ଏଟିଏମରେ ଚୋରୀ ହୋଇଥିବା ନେଇ ଜାଣିବାକୁ ପାଇଥିଲେ ।

ତେବେ ଘଟଣାସ୍ଥଳରେ ପୋଲିସ ଓ ଅନୁସନ୍ଧାନକାରୀ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ଏପର୍ୟ୍ୟନ୍ତ ଏଟିଏମ ଲୁଟ୍ ସମ୍ପର୍କରେ ଅଧିକ ସୂଚନା ମିଳିପାରିନାହିଁ।

ଆହୁରି ମଧ୍ୟ ଏହି ଘଟଣାରେ ଏଟିଏମର ସିକୁ୍ୟରିଟି ଗାର୍ଡ ସମ୍ପୃକ୍ତ ଥିବା ନେଇ ପୋଲିସ ସନେ୍ଦହ କରୁଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.