Latest Odisha News

BREAKING NEWS

ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା; ଆନ୍ଦୋଳନକୁ ଓହ୍ଲାଇଲା ମହିଳା କଂଗ୍ରେସ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତର ପି.ଇ.ଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି ମହିଳା କଂଗ୍ରେସ।

ପ୍ରାପ୍ତ ସୂଚନା ଅନୁସାରେ, ଘଟଣାର ସିବିଆଇ ତଦନ୍ତ ଦାବିରେ ବୁଧବାର ଦିନ ପାଣିକୋଇଲି ସ୍ଥିତ ଏସ.ପି ଅଫିସ୍ ଘେରାଉ କରିଛି ମହିଳା କଂଗ୍ରେସ। ଏଥିରେ କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମୀ ମଧ୍ୟ ସାମିଲ ହୋଇଛନ୍ତି। ପ୍ରଥମେ କଂଗ୍ରେସ ନେତା ଓ କର୍ମୀମାନେ ପାଣିକୋଇଲି ଛକରୁ ଏକ ଶୋଭାଯାତ୍ରାରେ ଆସି ଏସ.ପି ଅଫିସ ସମ୍ମୁଖରେ ପହଞ୍ଚିଥିଲେ।

ସେଠାରେ ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଧାରଣା ଦିଆଯାଇଛି। ଏହି ଆନ୍ଦୋଳନରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ବିଧାୟକ ମହମ୍ମଦ ମୋକିମ ଓ ସତ୍ୟପ୍ରକାଶ ନାୟକ ପ୍ରମୁଖ ଯୋଗ ଦେଇଛନ୍ତି।

ଯଥାଶୀଘ୍ର ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ନେତା ମାନେ ଦାବି କରିଛନ୍ତି।

ଏଥିସହ ଯାଜପୁର ଏସ.ପି ଙ୍କର ବଦଳି ଦାବି ମଧ୍ୟ କରାଯାଇଛି। ଦବି ପୁରାଣ ନହେଲେ କଂଗ୍ରେସ ପକ୍ଷରୁ ପୋଲିସ ଡିଜି ଅଫିସ ଘେରାଉ କରାଯିବ ବୋଲି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.