Latest Odisha News

BREAKING NEWS

Fire At Cashew Factory: କାଜୁ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ

ପାରଳାଖେମୁଣ୍ଡି: କାଜୁ ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଷାଣୀ ବ୍ଲକ ଲାବଣ୍ୟଗଡ଼ରେ କାଜୁ ଫ୍ୟାକ୍ଟ୍ରି ଜଳିଗଲା। ନିଆଁ ଲାଗି ସମ୍ପୂର୍ଣ୍ଣ ଫ୍ୟାକ୍ଟ୍ରି ନଷ୍ଟ ହୋଇଥିବା ସୂଚନା। ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଅନୁମାନ କରାଯାଉଛି। ନିଆଁ ଲିଭାଇବାକୁ ଉଦ୍ୟମ କରାଯାଉଛି।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବିଳମ୍ବିତ ରାତି ୧୧ଟାରୁ ନିଆଁ ଲାଗିଥିବା ବେଳେ ଏବେବି ଜଳୁଛି ଫ୍ୟାକ୍ଟ୍ରି। କମ୍ପାନୀ ଭିତରେ ଶହ ଶହ କୁଇଣ୍ଟାଲର କାଜୁ ଚୋପା ଗଚ୍ଛିତ ରହିଛି। ଆଉ ସେଥିରେ ନିଆଁ ଲାଗିଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡିଛି। ଶୁଖିଲା କାଜୁ ଚୋପାରେ ତେଲିଆ ଅଂଶ ଥିବାରୁ ହୂତୁ ହୁତୁ ହୋଇ ଜଳୁଛି।

ତେଣୁ ଫ୍ୟାକ୍ଟ୍ରିଭିତରକୁ ଯିବା କଷ୍ଟ ସାଧ୍ୟ ହେବାରୁ ଜେସିବି ସାହାଯ୍ୟରେ କାନ୍ଥ ଭାଙ୍ଗି ପଛପଟୁ ଯିବା ପାଇଁ ଅଗ୍ନିଶମ ଅଧିକାରୀ ପ୍ରଚେଷ୍ଟା କରୁଛନ୍ତି। କେତେକ ଅଂଶରେ ନିଆଁ ଲିଭିବା ପରେ ବି ଧୂଆଁ ବାହାରୁଛି। ତେବେ ନିଆଁ ଆୟତ୍ତ ହେବା ପରେ କ୍ଷୟକ୍ଷତିର ଆକଳନ ସହ ନିଆଁ ଲାଗିବାର କାରଣ ଜଣାପଡ଼ିବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।

Comments are closed.