Latest Odisha News

BREAKING NEWS

ଡିଡିଏଲଜେର ରିମେକରେ ନଜର ଆସିବେ ଶାହରୁଖଙ୍କ ପୁଅ ଓ କାଜୋଲଙ୍କ ଝିଅ

ମୁମ୍ବାଇ: ବଲିଉଡ଼ର ସୁପରହିଟ ଫିଲ୍ମ ‘ଦିଲ୍ ବାଲେ ଦୁଲହନିଆ ଲେ ଜାଏଙ୍ଗେ’ ବା ‘ଡିଡିଏଲଜେ’କୁ ବଲିଉଡର ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିରେ ଅଭିନେତ୍ରୀ କାଜୋଲ ଓ ଅଭିନେତା ଶାହାରୁଖ ଖାନ୍‌ଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଏବେ ବି ରହିଛି । ଇତିମଧ୍ୟରେ ଏହି ଫିଲ୍ମକୁ ୨୮ବର୍ଷ ବିତିଛି । ଦର୍ଶକଙ୍କ ଭଲ ପାଇବାକୁ ଦୃଷ୍ଟିରେ ରଖି ସିନେ-ନିର୍ମାତା ମୁକେଶ ଛାବ୍ରା ଡିଡିଏଲଜେର ରିମେକ୍ ଆଣିବାକୁ ଯାଉଛନ୍ତି । ଏଥିରେ ରାଜ ଭୂମିକାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଓ ଶିମ୍ରନ ଭୂମିକାରେ କାଜୋଲଙ୍କ ଝିଅ ନ୍ୟସା ଦେବଗନ ନଜର ଆସିବେ ।

ଡିଡିଏଲଜେର ରିମେକ୍ ଫିଲ୍ମ ଜରିଆରେ ନ୍ୟସା ବଲିଉଡରେ ଡେବ୍ୟୁ କରିବେ । ନ୍ୟସା ଏହି ଫିଲ୍ମରେ କାମ କରିବା ପାଇଁ ମା’ କାଜୋଲଙ୍କ ଠାରୁ ଅଭିନୟ ଶିକ୍ଷା ନେଉଥିବା ଜଣାଯାଇଛି । ଏହି ଲୋକପ୍ରିୟ ଫିଲ୍ମର ରିମେକ୍ ଆସୁଥିବା ଶୁଣି ସିନେପ୍ରେମୀ ଉତ୍ସାହିତ ହୋଇ ପଡ଼ିଛନ୍ତି ।

Comments are closed.